Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜମିବାଡି ବିବାଦକୁ ନେଇ ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ କୁ କଲେ ଲହୁଲୁହାଣ 

 

ଜେ ବି ଏନ, ୨୫/୦୧ /୨୦୨୧, (ରିପୋର୍ଟ, ଯାଜପୁରରୁ ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବିଂଝାରପୁର ଥାନା ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତ ର ବେଲପାଳ ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି ଜମିବାଡ଼ି ବିବା‌‌ଦକୁ ନେଇ । ସବୁ ସିମା ଲଂଘି ଗଲେ ପରୀବାର ଲୋକ । ସ୍ଵାମୀ ଙ୍କ ଅନୁପସ୍ଥିତିରେ ସ୍ତ୍ରିକୁ ମାଡ଼ ମାରି ବ୍ଲେଡ ରେ ଦେହକୁ ବିଭିନ୍ନ ସ୍ଥାନରେ କାଟି ଲହୁ ଲୁହାଣ କରିପକାଇଲେ ପରିବାର ‌‌ଲୋକେ। ଘଟଣା ରୁ ପ୍ରକାଶ କଳ୍ପନା ରାଉତ ଙ୍କ ସ୍ଵାମୀ କଲିକତା ରେ ରହନ୍ତି। କଳ୍ପନା ଛୁଆଙ୍କୁ ଧରି ଗାଁ ରେ ରୁହନ୍ତି। ଅଭିଯୋଗ ହୋଇଛି ଯେ କଳ୍ପନା ଙ୍କର ଆଗରୁ ଜମିବାଡ଼ି ଭାଗବଣ୍ଟା କୁ ନେଇ ବିବାଦ ଲାଗିରହିଥିଲା। ତେବେ ଗତ କାଲି କଳ୍ପନା ଙ୍କର ଦେଢ଼ଶୁର ,ଯା ଓ ଦିଅର ସମସ୍ତେ ମିଶି ମାଡ଼ ମାରି ଲହୁ ଲୁହାଣ କରି ପକାଇଛନ୍ତି । ପୂର୍ବରୁ ଜମିବାଡ଼ି ଭାଗବଣ୍ଟା କୁ ନେଇ ବିବାଦ ଲାଗିରହିଥିଲା। ତେବେ ସଂଧ୍ୟାରାଣୀଙ୍କ ସ୍ୱାମୀ କୋଲକାତା ରେ ରହୁଥିବାରୁ ଏହାର ସୁଯୋଗ ନେଇ ପରିବାର ଲୋକେ ଆକ୍ରମଣ କରି ଘରୁ ବାହାରି ଯିବାକୁ ଧମକ ଦେଇଥିଲେ। ଏହା ସହିତ ବ୍ଲେଡ ରେ ଦେହକୁ ବିଭିନ୍ନ ସ୍ଥାନରେ କାଟି ପକାଇ ଥିଲେ। ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।