Spread the love

ଜିଲ୍ଳା ତଥା ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମର ଶୁଭାରମ୍ଭ


ଅଦ୍ୟ ତା ୦୨.୦୪.୨୦୨୫ ରିଖ ସ୍ଥାନୀୟ ପିଟିସି ନୋଡାଲ ଉଚ୍ଚ ବିଦ୍ୟାଳୟ, ଅନୁଗୋଳ ପରିସରରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଜିଲ୍ଲା ତଥା ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମ ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମର ସଭାପତି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ମୁଖ୍ୟ ଅତିଥି ଭାବରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବଦତ୍ତ ମହାନ୍ତ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବାରିକ, ଅନୁଗୋଳ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଲୋପାମୁଦ୍ରା ପଟ୍ଟନାୟକ, ପିଟିସି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ବେହେରା ପ୍ରମୁଖ ଉକ୍ତ ଭବ୍ୟ ସମାରୋହରେ ଉପସ୍ଥିତ ରହିଥିଲେ ।


କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ଵାରା ଶ୍ରୀ ଗଣେଶ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ଓ ପୁଷ୍ପମାଲ୍ୟ ଅର୍ପଣ କାରାଇଯାଇଥିଲା । ଜିଲ୍ଲା ଶିକ୍ଷା କାର୍ଯ୍ୟ।ଳୟ ତରଫରୁ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ବ୍ୟାଚ ପ୍ରଦାନ କରି ସମ୍ମାନିତ କାରାଯାଇଥିଲା । ପିଟିସି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଂଗୀତ ପରିବେଷଣ କାରାଯାଇଥିଲା । ତଦପଶ୍ଚାତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସାହୁ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ କାର୍ଯ୍ଯକ୍ରମ ସମ୍ପର୍କିତ ଅଧିସୂଚନା ପ୍ରଦାନ କରିଥିଲେ । ଏହାପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ ତାଙ୍କର ଆଶ୍ରିବଚନ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ପାଠପଢି ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇ ଥିଲେ । ଅନ୍ଯତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମହନ୍ତ ସରଳ ଭାଷାରେ ତାଙ୍କ ସମୟର ଖଡିଛୁଆଁରେ ପିଲାମାନଙ୍କ କାନ୍ଦ ଓ ବର୍ତ୍ତମାନ ସମୟର ଖଡିଛୁଆଁରେ ପିଲାମାନଙ୍କ ହସହସ ମୁଖମଣ୍ଡଳର ବାସ୍ତବ ଚିତ୍ର ଉପସ୍ଥାପନ କରିବା ସହିତ ସମସ୍ତ ଅଭିଭାବକଙ୍କୁ ସେମାନଙ୍କ ଶିଶୁଙ୍କୁ ନିୟମିତ ପାଠପଢା ପାଇଁ ପଠାଇବାକୁ ଅନୁରୋଧ କରିଥିଲେ । ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀମତୀ ବାରିକ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ଯକ୍ରମ ସମ୍ପର୍କିତ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପାଠକରି ଶୁଣାଇ ଥିଲେ । ତତପାଶ୍ଚାତ କାର୍ଯ୍ଯକ୍ରମର ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଗୋଲାପ ଫୁଲ, ଚୋକୋଲେଟ, ପାଠ୍ୟୋପକରଣ ସହିତ ସ୍କୁଲ ବ୍ୟାଗ ପ୍ରଦାନ କରି ଖଡିଛୁଆଁଇ ଥିଲେ । ଏହାପରେ ଅତିଥିମାନଙ୍କ ଦ୍ଵାରା ପିଲାମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ମୌଳିକ ସଂଖ୍ୟାଜ୍ଞାନ ଷ୍ଟଲ, ମୌଳିକ ସାକ୍ଷରତା ଷ୍ଟଲ ଓ ସୃଜନାତ୍ମକ ଷ୍ଟଲ ଗୁଡିକୁ ବୁଲି ଦେଖିଥିଲେ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଜିଲ୍ଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିଶୁବାଟିକା ଖୋଲିବା ସହ ଆଜିପର୍ଯ୍ୟନ୍ତ ୪ବର୍ଷ ୭ମାସରୁ ୫ ବର୍ଷ ୭ମାସ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶିଶୁବାଟିକା ଶ୍ରେଣୀରେ ନାମ ଲେଖାଇବା ଓ ୫ ବର୍ଷ ୭ ମାସରୁ ଅଧିକ ହୋଇଥିବା ଶିଶୁମାନଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା କାର୍ଯ୍ୟର ଶୁଭାରମ୍ଭ କରାଗଲା । କାର୍ଯ୍ୟକ୍ରମ ଶେଷରେ ଅନୁଗୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପଟ୍ଟନାୟକ ଉପସ୍ଥିତ ସମସ୍ତ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଓ ଗଣମାଧ୍ୟମ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପିଟିସି ନୋଡାଲ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ପ୍ରଧାନ ଓ ଜିଲ୍ଲା ଶିକ୍ଷା ବିଜ୍ଞାନ ସଂଯୋଜକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *