Spread the love

ଟାଟା ଷ୍ଟିଲ୍ କପିଳାସ ହାଫ୍-ମାରାଥନ୍ ଆଣିଦେବ ଏକ ବିଶ୍ବସ୍ତରୀୟ ଅନୁଭୂତି

-ଉଦ୍‌ଘାଟନୀ ଦୌଡ଼ର ୧୦ କିମି ବର୍ଗ ବିଜେତା ଅଶୋକ ଦଣ୍ଡସେନା ବର୍ଣ୍ଣନା କରିଛନ୍ତି ନିଜର ଅଭିଜ୍ଞତା

ମେରାମଣ୍ଡଳୀ, ୨୮/୧୧/୨୦୨୪ : ଅଶୋକ ଦଣ୍ଡସେନାଙ୍କ କାହାଣୀ ହେଉଛି ଧୈର୍ଯ୍ୟ, ସାହସ ଓ ସଂକଳ୍ପର କାହାଣୀ ।ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍‌ର ପ୍ରଥମ ସଂସ୍କରଣରେ ୧୦ କିଲୋମିଟର ବର୍ଗର ବିଜେତା ଅଶୋକ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଅଶୋକଙ୍କ ପାଇଁ ୬୧ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ପାଇବା ଅପେକ୍ଷା ଦୌଡ଼ରେ ଜିତିବା ଏକ ସ୍ବପ୍ନ ସାକାର ହେବା ଭଳି ଥିଲା। ବୌଦ୍ଧ ଜିଲ୍ଲାର ଅଶୋକ କେବଳ ନିଜ ଜିଲ୍ଲାରେ ନୁହେଁ ବରଂ ସମଗ୍ର ଓଡ଼ିଶାରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିଛନ୍ତି ।

ଦୀର୍ଘ ଦୂରତା ବିଶିଷ୍ଟ ଦୌଡ଼ରେ ଦୌଡ଼ିବା କେବଳ ଶାରୀରିକ ଲଢ଼େଇ ନୁହେଁ ବରଂ ମାନସିକ ଲଢ଼େଇ ମଧ୍ୟ । ଏହା ଆପଣଙ୍କ ଇଚ୍ଛା ଶକ୍ତିର ପର ଘରୀକ୍ଷା କରି କରିଥାଏ । ତୁମେ ନିଶ୍ଚିତ ଭାବେ ଶେଷ ରେଖା ପର୍ଯ୍ୟନ୍ତ ପହଂଚିବାକୁ ସଂକଳ୍ପବଦ୍ଧ ହେବା ଉଚିତ ଏବଂ ଏବଂ ହାର ମାନିବ ନାହିଁ ବୋଲି ଅଶୋକ କହିଛନ୍ତି। ଛଅ ବର୍ଷ ପୂର୍ବେ ସେ ଦୌଡ଼ିବା ଆରମ୍ଭ ଆରମ୍ଭ କରିଥିଲେ ଏବଂ କେବେ ପଛକୁ ବେ ପଛକୁ ଫେରି ଚାହିଁନଥିଲେ । ସେ ଜଣେ ସମ୍ପର୍କୀୟଙ୍କଠାରୁ ଟାଟା ଷ୍ଟିଲ କପିଳାସ ହାଫ୍ ମାରାଥନ୍ ବିଷୟରେ ଶୁଣିଥିଲେ ଏବ ଫିନିସିଂ ଲାଇନ୍‌ରେ ପହଂଚିବାକୁ ସଂକଳ୍ପ ନେଇଥିଲେ। ଏବଂ ସଙ୍ଗେ ସଙ୍ଗେ

ଢେଙ୍କାନାଳ କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିସରରେ ଟାଟା ଷ୍ଟିଲ କପିଳାସ ହାଫ୍ ମାରାଥନର ପ୍ରଥମ ସଂସ୍କରଣ ୨୦୨୪ ଫେବୃଆରୀ ୪ତାରିଖରେ ଅନୁଷ୍ଠିତ ହୋଇଥିଲା। ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ “ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଦୌଡ଼” ଶୀର୍ଷକରେ ଏହି ଦୌଡ଼ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୪,୦୦୦ ଦୌଡ଼କୁଦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ସେ କହିଛନ୍ତି, ଦୌଡ଼ରେ ମୋର ଅଭିଜ୍ଞତା ଅତ୍ୟନ୍ତ ଭଲ ଥିଲା। ଟାଟା ଷ୍ଟିଲ କପିଳାସ ହାଫ୍ ମାରାଥନ୍ କେବଳ ଆମ ଯୁବପିଢ଼ିଙ୍କୁ ଦୌଡ଼ିବା ଖେଳ ପ୍ରତି ଉତ୍ସାହିତ କରିବ ନାହିଁ ବରଂ ସେମାନଙ୍କୁ ନିଜ ଘରୋଇ ପଡ଼ିଆରେ ଏକ ଅନୁର୍ଜାତୀୟ କାର୍ଯ୍ୟକ୍ରମର ସ୍ବାଦ ତାଖୁବାର ଅନୁଭୂତି ପ୍ରଦାନ କରିବ। ମୁଁ ଦ୍ବିତୀୟ ସଂସ୍କରଣ ଦୌଡ଼କୁ ଅପେକ୍ଷା କରିଛି ବୋଲି ଅଶୋକ କହିଛନ୍ତି ।

ବିଶ୍ବବ୍ୟାପୀ ମାରାଥନ୍ ଏବଂ ଦୂରତ୍ବ ଦୌଡ଼ ପ୍ରତିଯୋଗିତାର ତଦାରଖ କରୁଥିବା ସର୍ବୋଚ୍ଚ ଅନୁଷ୍ଠାନ ଆସୋସିଏସନ୍ ଅଫ୍ ଇଂଟରନ୍ୟାସନାଲ୍ ମାରାଥନ୍ ଆଣ୍ଡ ତିଷ୍ଠାନ୍ସ ରେସ୍ (ଏଆଇଏସ୍ଏସ୍) ପକ୍ଷରୁ ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍‌କୁ ବିଶ୍ବସ୍ତରୀୟ ମାନ୍ୟତା ମିଳିଛି ।

ଅଶୋକଙ୍କ ଭଳି ବିଜେତା ଯୁବପିଢ଼ିଙ୍କୁ ପ୍ରେରଣା ଦେଇଥିବାରୁ ଆସନ୍ଧା ବର୍ଷର କାର୍ଯ୍ୟକ୍ରମ ପାଇଁ ଯଥେଷ୍ଟ ଆଗ୍ରହ ପ୍ରକାଶ ପାଇଛି । ଟାଟା ଷ୍ଟିଲ କପିଳାସ ହାଫ୍ ମାରାଥନର ବିଶେଷତ୍ୱ ହେଉଛି ଏହା ଏହି ଅଂଚଳର ଜୈବ ବିବିଧତା ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ମହତ ଉଦ୍ଦେଶ୍ୟକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଟାଟା ଷ୍ଟିଲ ସ୍ଥାନୀୟ ପ୍ରତିଭାମାନଙ୍କୁ କ୍ରୀଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପ୍ରେରଣା ପ୍ରଦାନ ଜାରି ରଖୁଛି ଏବଂ ପରିବେଶ ସଂରକ୍ଷଣ ଏବଂ ବନ୍ୟଜନ୍ମଙ୍କ ବିଷୟରେ ସଚେତନତା ସହିତ ଏହି କାର୍ଯ୍ୟକ୍ରମଗୁଡ଼ିକୁ ସଂଯୋଜିତ କରିବ ।

Leave a Reply

Your email address will not be published. Required fields are marked *