Spread the love

ଟାଟା ଷ୍ଟିଲ୍ ମେରାମଣ୍ଡଳି ରେ ସପ୍ତାହ ବ୍ୟାପୀ ଆୟୋଜିତ ଅନ୍ତର୍ଜାତିକ ମହିଳା ଦିବସ ୨୦୨୩ ର ସମାପନ

ନରେନ୍ଦ୍ରପୁର :୧୫ ମାର୍ଚ୍ଚ ୨୦୨୩ ଢେଙ୍କାନାଳ ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳି (TSM) ପ୍ଲାଣ୍ଟ ପକ୍ଷରୁ ୨୦୨୩ ମାର୍ଚ୍ଚ ୮ରୁ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ସହ ଅନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ପାଳନର ବିଷୟ ବସ୍ତୁ ଥିଲା, (ସମାନତା କୁ ଆପଣେଇବା) ଟି ଏସ୍ ଏମ୍ ପକ୍ଷରୁ ପାଳିତ ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଟ୍ରୀଭିଆ କୁଇଜ୍, କ୍ରସ୍ ୱାର୍ଡ ପଜଲ, ୱାନଡର ଓମ୍ୟାନ୍ ଇନ୍ ମାଇଁ ଲାଇଫ, ବ୍ୟକ୍ତିତ୍ ଙ୍କ ଅନୁମନ ଲଗାଇଲା ଭଲି ବିଭିନ୍ନ ପ୍ରକାର୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ସମସ୍ତ କର୍ମଚାରୀ ମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ଗୁଡିକରେ ୧୦୦୦ ରୁ ଅଧିକ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ। ୨୦୨୩ ମାର୍ଚ୍ଚ ୧୪ ରେ ମହିଳା ଦିବସର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଟି ଏସ୍ ଏମ୍ ର ଚିପ୍ ଏଚ୍ଆରବିପି ଅମିତାବ୍ ଚନ୍ଦ୍ର ଝା ଓ ଟି ଏସ୍ ଏମ୍ ର ଚିପ୍ ଆଇରନ୍ ମେକିଂ ଅମିତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାରଖାନା ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଙ୍କ ମଧ୍ୟରେ ଚିପ୍ ପାୱାର ସିଷ୍ଟମ ରାଜେଶ ଅଗ୍ରୱାଲ, ଚିପ୍ ଡିଆରଆଇ ବିଦ୍ୟା ପ୍ରସାଦ ଓ ଚିପ୍ ପରିବେଶ ଅନୁପ ଶ୍ରୀବାସ୍ତବ ମଧ୍ୟ ଉପସ୍ଥିତ ଥିଲେ। ଅମିତ୍ ଚନ୍ଦ୍ର ଝା ଙ୍କ ଦ୍ଵାରା ମହିଳା ଦିବସ ଉପରେ ଆଲୋକ ପାତ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ସପ୍ତାହରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ର ବିଜେତା ମାନଙ୍କ ଅତିଥି ମାନେ ସାଟିର୍ଫିକେଟ ଓ ଟ୍ରଫି ପ୍ରଦାନ କରି ସମର୍ଦ୍ଧିତ କରିଥିଲେ। କାରଖାନାରେ ଏହି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ମଧ୍ୟ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ମହିଳା ଦିବସ ପାଳନ କରାଯାଇଥିଲା ଯାହା ଏହାକୁ ଏକ ଅନ୍ତର୍ଭୁକ୍ତ କରଣ ଓ ଜୀବନ୍ତ କାର୍ଯ୍ୟକ୍ରମରେ ପରିଣତ କରିଥିଲେ। ଏହି କାର୍ଯ୍ୟକ୍ରମ ଅଂଶ ସ୍ୱରୂପ, ୟୁନାଇଟେଡ଼, ନେସନ, ପପୁଲେସନ ଫଣ୍ଡ (ୟୁଏନ୍ ପି ଏଫ୍) ର ପ୍ରଶିକ୍ଷଣ ପ୍ରଦାନ କାରୀ ମନସ୍ପିନ ପାଣିଗ୍ରାହୀଙ୍କ ମାନସିକ କଲ୍ୟାଣ ଓ କର୍ମ ଜୀବନ ସନ୍ତୁଳନ ଉପରେ ଏକ ଭାବ ବିନିମୟ ଭିତିକ ଅଧିବେଶନ ମଧ୍ଯ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *