Spread the love

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଢେଙ୍କାନାଳରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ୍‌ର ଦ୍ଵିତୀୟ ସଂସ୍କରଣ ଘୋଷଣା

୨୦୨୫ ଜାନୁଆରି ୧୧ରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗରେ କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟ ପାରିପାର୍ଶ୍ବକ ଅଞ୍ଚଳରେ ଆୟୋଜନ କରାଯିବ

ଜୈବ ବିବିଧତ । ଓ ହାତୀ ସେମତ ବନ୍ୟଜନ୍ତୁ ସୁରକ୍ଷା ସମ୍ପର୍କରେ ସେଚତନତା ସୃଷ୍ଟି କରିବା ଲକ୍ଷ୍ୟ

୪୦୦୦ ଦୌଡ଼ ପ୍ରେମୀ ଅଂଶଗ୍ରହଣ କରିବେ, ୩୦ଜଣ ବିଜେତାଙ୍କ ପାଇଁ ୯.୬୪ ଲକ୍ଷ ଟଙ୍କାର ପୁରସ୍କାର

ହାଫ ମାରାଥନ ଗୁଟ୍‌କୁ ବିଶ୍ୱସ୍ତରୀୟ ସଂଗଠନ ଆସୋସିଏସନ ଅଫ୍ ଇଂଟରନ୍ୟାସନାଲ ମାରାଥନ୍ସ ଆଣ୍ଡ ଡିଷ୍ଟନ୍ତି ରେସେସ୍ (ଏମ୍‌ସ) ପକ୍ଷରୁ ସାର୍ଟିଫାଏଡ

ଢେଙ୍କାନାଳ, ନେଭେମ୍ବର ୧୨, ୨୦୨୪: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ଟାଟା ଷ୍ଟିଲ୍ କପିଳାସ ହାଫ ମାରାଥନ (ପୂର୍ବରୁ ଟାଟା ଷ୍ଟିଲ ମେରାମଣ୍ଡଳୀ ହାଫ ମାରାଥନ) ଦ୍ବିତୀୟ ସଂସ୍କରଣ ଘୋଷଣା କରାଯାଇଛି। ୨୦୨୫ ଜାନୁଆରି ୧୧ରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୌଡ୍ କପିଳାସ ବନ୍ୟଜନ୍ତୁ ଅଭୟରଣ୍ୟର ବାହ୍ୟ ଅଂଚଳରେ ଆୟୋଜିତ ହେବ।

ଆଜି ଢେଙ୍କାନାଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନହର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଆଇଏଏସ ଶ୍ରୀ ସୋମେଶ କୁମଈ ଉପାଧ୍ୟାୟ ଏବଂ ମଞ୍ଚାସୀନ ଅନ୍ଦିଥଙ୍କ ଦ୍ବଶା ଟାଟା ଷ୍ଟିଲ କପିଳାସ ହାଫ ମାରାଥନ ୨୦୨୫ର ଅଫିସିଆଲ ଟି-ସାର୍ଟକୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଢେଙ୍କାନାଳ ଅତିରିକ୍ତ ଆରକ୍ଷୀ ଅକ୍ଷକ ସୂର୍ଯ୍ୟମଣି ପ୍ରଧାନ, ସହକଶୀ ବନ ସଂରକ୍ଷକ ସତ୍ୟନାରାୟଣ ସାହୁ, ଢେଙ୍କାନାଳ ସଦର ଉପ ଜିଲ୍ଲାପାଳ ବିବୁଧ ଗଡନାୟକ, ଢେଙ୍କାନାଳ ଟାଟା ଷ୍ଟିଲ ମେରାମଣ୍ଡଳୀର କର୍ପୋରେଟ ସେବା ମୁଖ୍ୟ ଶ୍ରୀ ମୋହିତ ଦାସ, ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ଶ୍ରୀ ମୁକୁଲ ବିନାୟକ ଚୌଧୁରୀ ଓ ଏମଜିଏମ ମିନେରାଲ୍ସ ଲିମିଟେଡ୍‌ର ଇଡି ଶ୍ରୀ ଗୋପବନ୍ଧୁ ଦାସ ଉପସ୍ଥିତ ଥିଲେ ।

ଏହି ହାଫ ମଶାଥନ, ପ୍ରତିଯୋଗିତାକୁ ସୁଦୃଢ଼ କରିବା ସହିତ ପ୍ରାକୃତିକ ସମ୍ପଦରେ ସମୃଦ୍ଧ କପିଳାସ ଅଂଚଳରେ ହାତୀ ଓ ଜୈବ ବିବିଧତାର ସଂରକ୍ଷଣର ପ୍ରସଶ କରି ଏହାକୁ ପର୍ଯ୍ୟଟନ ଓ ରୋଜଗଈର ଏକ ବିଶ୍ୱସ୍ତରୀୟ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ମାରାଥନ ସୁସ୍ଥ ଜୀବନଶୈଳୀ, ଫିଟନେସ୍ ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବକୁ ଉତ୍ସାହିତ କରିବ। ଏଥୁରେ ତିନି ପ୍ରକାର ଦୌଡ଼ ରହିଛି: ୧୯ ବର୍ଷରୁ ଅଧ‌ିକ ବୟସ୍କଙ୍କ ପାଇଁ ୨୧ କିମି ଓ ୧୦ କିମି ଦୌଡ଼ ଏବଂ ୧୪-୧୯ ବର୍ଷ ବୟସ ପର୍ଯ୍ୟନ୍ତ

ଛାଫ୍ ମରାଥନର ପଞ୍ଜୀକରଣ ଆରମ୍ଭ ଘୋଷଣ କରି ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି ଯେ, “ରାଜ୍ୟର ଏକ ପ୍ରସିଦ୍ଧ ସ୍ଥାନ ଢେଙ୍କାନାଳର କପିଳାସ ଅଭୟାରଣ୍ୟର ମନେଈମ ପୃଷ୍ଠଭୂମିରେ ଏହି ଦୌଡ଼ ଅନୁଷ୍ଠିତ ହେବ ଏବଂ ଆମେ ଆଶା କରୁଛୁ ଯେ ଏହା ଦେଶର ଅନ୍ୟତମ ପ୍ରତିଷ୍ଠିତ ହାଫ୍ ମାରାଥନ୍ ହେବ । ଏହାକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ। ଆଜିଠାରୁ ଦୌଡ଼କୁଦଙ୍କ ପାଇଁ ପଞ୍ଜୀକରଣ ଅରମ୍ଭ ହୋଇଥିବା ସେ ଘୋଷଣ।କରିଛନ୍ତି ।”

ହାଫ୍ ମାରାଥନର ମହତ୍ଵ ଓ ମୁଖ୍ୟ ବୈଶିଷ୍ଟ୍ୟ ସମ୍ପର୍କରେ ସୂଚନା ଦେଇ ଟାଟା ଷ୍ଟିଲର କ୍ରୀଡ଼ା ମୁଖ୍ୟ ମୁକୁଳ ବିନାୟକ ଚୌଧୁରୀ କହିଛନ୍ତି ଯେ, “ବିଶ୍ୱବ୍ୟାପୀ ମାରାଥନ୍ ଏବଂ ଦୂର ଦୌଡ଼କୁ ପ୍ରତିନିଧୂତ୍ବ କରୁଥିବା ମୋନାକୋଣ୍ଡ୍ରିତ ବିଶ୍ଵସ୍ତରୀୟ ଅନୁଷ୍ଠାନ ଆସୋସିଏସନ୍ ଅଫ୍ ଇଣ୍ଟରନ୍ୟାସନାଲ୍ ମାରାଥନ୍ ଆଣ୍ଡ ଡିଷ୍ଟାନସ ରେସ୍ ପକ୍ଷରୁ ଏହାକୁ ସାର୍ଟିଫିକେଟ୍ ଦିଆଯାଇଛି। ୨୧ କିଲୋମିଟର, ୧୦ କିଲୋମିଟର ଓ ୫ କିଲୋମିଟର ଦୌଡ଼ ବର୍ଗର ଶ୍ରେଷ୍ଠ ୩୦ ବିଜେତାଙ୍କୁ ୯.୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।”

ଏହି ଦୌଡ଼ ପାଇଁ ବର୍ତ୍ତମାନ ପଞ୍ଜୀକରଣ ଖୋଲା ଅଛି। ଅଂଶଗ୍ରହଣକାରୀମାନେ ୨୦୨୪ ଡିସେମ୍ବର ୧୫ ପର୍ଯ୍ୟନ୍ତ www.tatasteelkapilash half marathon.com ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନାମ ପଞ୍ଜୀକରଣ କରିପାରିବେ । ୪,୦୦୦ ଅଂଶଗ୍ରହଣକାରୀଙ୍କ ପାଇଁ ସୀମିତ ସୁଟ୍ ରଖାଯାଇଛି। ୨୧ କିଲୋମିଟର ଦୌଡ଼ ପାଇଁ ପଞ୍ଜୀକରଣ ଶୁକ୍ଳ ୪୦୦ ଟଙ୍କା, ୧୦ କିଲୋମିଟର ଦୌଡ଼ ପାଇଁ ୩୦୦ ଟଙ୍କା ଏବଂ ୫ କିଲୋମିଟର ଦୌଡ଼ ପାଇଁ ୧୫୦ ଟଙ୍କା ରହିଛି। ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଏକ ଗୁଡି ବ୍ୟାଗ୍ ମିଳିବ, ଯେଉଁଥରେ ଟି-ସାର୍ଟ, ବିଆଇବି ଚିପ୍ ଏବଂ ଜଳଖୁଆ କୁପନ ରହିବ।

ଟାଟା ଷ୍ଟିଲ୍‌ କପିଳାସ ହାଫ୍ ମାରାଥନ୍ ୨୦୨୫ରେ ମୋଟ ୯.୬୪ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହ ୩୦ ଜଣ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯିବ । ୨୧ କିଲୋମିଟର

ଦୌଡ଼ ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗରେ ବିଜେତାଙ୍କୁ ୧ଲକ୍ଷ ଟଙ୍କାର ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯିବ।

ଆନ୍ତର୍ଜାତିକ ମାନଦଣ୍ଡ ପୂରଣ କରିବା ପାଇଁ ଏହି ଦୌଡ଼ରେ ଟାଇମିଂ ମ୍ୟାଟ୍‌, ଆରଏଫ୍‌ଆଇଡି ଚିପ୍, ରୁଟ୍‌ରେ ସ୍ଥିତ ଟାରସିଂ ମ୍ୟାଟ୍, ଟ୍ରାଙ୍କି କ୍ୟାମେରା ଏବଂ ୱାଇ-ଫାଇ ନେଟୱାର୍କ ସମେତ ଉନ୍ନତି ଜ୍ଞାନକୌଶଳ ଉପଲବ୍ଧ ହେବ। ସମଗ୍ର ଦେଶରେ ସମାନ କାର୍ଯ୍ୟକ୍ରମ ଆଯୋଜନ କରିବାରେ ପାରଦର୍ଶିତା ବା ଜାତୀୟସ୍ତରର ଏଜେନ୍ସିଗୁଡିକ ଏହାର ଅଗ୍ରଗତିର ତଦାରଖ କରିବେ ।ସାମଗ୍ରିକ କଲ୍ୟାଣ ପାଇଁ, ଏହି ସ୍ଥାଫ ମାରାଥନ ଆୟୋଜନରେ ଟାଟ ଷ୍ଟିଲ୍, ଏମଜିଏମ୍ ମିନେରାଲ୍ ଲିମିଟେଡ୍‌, ଝାଟା ୧ ଏମଜି, ଟାଟା ଷ୍ଟିଲ୍ ଟେକ୍ନିକଲ ସର୍ଭିସ୍ ଲିମିଟେଡ୍, ଟାଟା ୱିଲ୍ ସପୋର୍ଟ ସର୍ଭିସ୍ ଲିମିଟେଡ୍, ଟାଟା ୱିଲ୍ ୟୁଟିଲିଟି ଆଣ୍ଡ ଇନଫ୍ରାଷ୍ଟ୍ରକ୍ଟର ସର୍ଭିସେସ୍ ଲିମିଟେଡ୍ ଓ ପିରମେଣ୍ଟସ୍ ସହ ସହଯୋଗିତା ସ୍ଥାପନ କରାଯାଇଛି।

Leave a Reply

Your email address will not be published. Required fields are marked *