Spread the love

ନିଗମାନନ୍ଦ ବିଦ୍ୟାପୀଠ ରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ବାର ଦୌଲତାବାଦ ସ୍ଥିତ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଗଣାରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି।
ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ, ଦନ୍ତ ଏବଂ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହି ଶିବିରରେ ଡକ୍ଟର ମମତା ପଟ୍ଟନାୟକ ଙ୍କ ସହିତ ବିଭିନ୍ନ ବିଭାଗର ଦକ୍ଷ ଡକ୍ଟର ମାନେ କାର୍ଯ୍ୟରତ
ଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଜାତୀୟ ସୁରକ୍ଷା ବିଭାଗର ପିଲାମାନେ ସାହାଯ୍ୟ କରିଥିଲେ। ଏହି କାର୍ଯ୍ୟ କ୍ରମରେ ପୁରାତନ ଛାତ୍ର ଡକ୍ଟର ରମେଶ ଚନ୍ଦ୍ର ପଟ୍ଟନାୟକ, ଅଶୋକ ଚନ୍ଦ୍ର ବେହେରା, ଆକୁଳା ନନ୍ଦ ସ୍ୱାଇଁ, ରାମ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍ ।

Leave a Reply

Your email address will not be published. Required fields are marked *