Spread the love

ଢେଙ୍କାନାଳ ଜିଲ୍ଲାର ସମୁହ ଗ୍ରାହକ ସେବାକେନ୍ଦ୍ର ଜିଲ୍ଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ ଜିଲ୍ଲାର ଆଠ ଗୋଟି ବ୍ଲକ ଅନ୍ତର୍ଗତ 212 ଟି ଗ୍ରାମ ପଞ୍ଚାୟତରେ କାଯ୍ୟରତ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ସ୍ଵତାଧିକାରୀ ସମେତେ ରାଜ୍ୟର ଅଲ ଓଡିଶା ଏସଵିଆଇ ସିଏସପି କିଓସ୍କ ଅପେରଟର ୟୁନିଅନ ର ରାଜ୍ୟ ସମ୍ପାଦକ ଅଞ୍ଜନ କୁମାର ପଣ୍ଡା, ରାଜ୍ୟ ଉପସଭାପତି ଗୋପବନ୍ଧୁ ବେହେରା, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସମ୍ପାଦକ ଅରୁଣ କୁମାର ସାହୁ, ଜିଲ୍ଲା ସଂଯୋଯକ ବିମଳ କୁମାର ପଣ୍ଡା ସମୁହ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଙ୍କୁ ଦାବୀ ପତ୍ର ପ୍ରଦାନ କଲେ l ବର୍ତମାନ ସମୟରେ ଭାରତ ତଥା ରାଜ୍ୟ ସରକାରଙ୍କର ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଯଥା କାଳିଆ ଯୋଜନା, ପିଏମ କିସାନ, ମଧୁବାବୁ ପେନସନ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଇତ୍ୟାଦି ଆସୁଥିବା ଅର୍ଥ ରାଶି ହିତାଧିକାରୀ ମାନଙ୍କୁ ବାଣ୍ଟିବା ତଥା କୋଭିଡ ସମୟରେ ଘର ଘର ବୁଲି ସେବା ପ୍ରଦାନ ଓ 2016 ମସିହାରେ ନୋଟ ବନ୍ଦୀ ରେ ସୂଚାର ରୂପେ ସେବା ପ୍ରଦାନ କରିବାରେ ଜିଲ୍ଲାର ସମସ୍ତ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ପ୍ରମୁଖ ଭୂମିକା ନିଭାଇ ଥିଲେ l ପ୍ରାୟ 10 ବର୍ଷ ଧରି ନିଜ ଜୀବନ କୁ ବାଜି ଲଗାଇ ସେବା ପ୍ରଦାନ କରିଆସୁଥିବା ବେଳେ ଏମାଙ୍କର ଭବିଷ୍ୟତ ଏବେ ଅନ୍ଧାର ଘେରରେ ସେମାନଙ୍କ ସ୍ଥାନରେ ରାଜ୍ୟ ସରକାର ସିଏସପି ପ୍ଲସ ମଡେଲ ଆଣିଛନ୍ତି l ଏହାକୁ ବିରୋଧ କରି ଢେଙ୍କାନାଳ ଷ୍ଟେଟ ବ୍ୟଙ୍କ ଅଫ୍ ଇଣ୍ଡିଆ ଗ୍ରାହକ ସେବା କେନ୍ଦ୍ର କିଓସ୍କ ଅପେଟର ସଂଙ୍ଘ ର ମୁଖ୍ୟ ଦାବୀ 1- ଜିଲ୍ଲାର ସମସ୍ତ CSP ମାନଙ୍କୁ CSP plus ମାନ୍ୟତା ମିଳୁ 2- ସମସ୍ତ CSP ମାନଙ୍କୁ Transit insurance ମିଳୁ 3- ସମସ୍ତ CSP ମାନଙ୍କୁ ଜୀବନ ବୀମା ମିଳୁ 4- ସମାନ କାମକୁ ସମାନ ପାରିଶ୍ରମିକ ମିଳୁ ଏହି ସବୁ ଦାବୀ ନେଇ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟ ସରକାର ଙ୍କୁ ଜଣାଇଥିଲେ l ଏସବୁ ଦାବୀ ପୂରଣ ନହଲେ ଆଗାମୀ ଦିନରେ ସେବା କାଯ୍ୟ ବନ୍ଦ କରିବା ସହ ରାଜ ରାସ୍ତାରେ ବିକ୍ଷୋଭ କରିବେ ବୋଲି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଜଣାଇ ଥିଲେ l

Leave a Reply

Your email address will not be published. Required fields are marked *