Spread the love

ଅଦ୍ୟ ତା ୨୬.୧୧.୨୦୨୩ ରିଖ ରବିବାର ଦିନ ୧୧ଘଟିକା ସମୟରେ ଢେଙ୍କାନାଳ ସିଦ୍ଧ ବଳରାମଜୀଉ ମନ୍ଦିର ପ୍ରାଙ୍ଗଣରେ ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ଶିକ୍ଷକ ସଂଘର ସଭାପତି ଅମରେନ୍ଦ୍ର ନନ୍ଦ ଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଅବହେଳିତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ସମ୍ପର୍କରେ ଆଲୋଚନା ହୋଇଥିଲା । ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଙ୍କ ଆର୍ଥିକ ମାନସିକ ଓ ଶାରିରୀକ ଅବସ୍ଥା ଦିନକୁ ଦିନ ଉଦବେଗ ଜନକ ଅବସ୍ଥାକୁ ଗତି କରୁଛି। ଏଣୁ ଦୀର୍ଘ ୩୦ବର୍ଷ ଧରି ଅନୁଷ୍ଠାନରେ ସବୁ କିଛି ତ୍ୟାଗ କରି ଶିକ୍ଷା ଦାନରେ ବ୍ୟାପୃତ ରହୁଥିଲେ ସୁଦ୍ଧା ସରକାର ଏ ପର୍ଯ୍ୟନ୍ତ ୧ଟଙ୍କା ମଧ୍ୟ କାହାକୁ ସାହାଯ୍ୟ ଦେଇ ନାହାନ୍ତି । ତେଣୁ ସଭା ତରଫରୁ ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ବୃନ୍ଦଙ୍କୁ ଅବସର କାଳୀନ ପେନସନ ଓ ଅନ୍ୟାନ୍ୟ ସୁବିଧା ଯୋଗଇଦେବା ପାଇଁ ଅନୁରୋଧ ପୂର୍ବକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବର୍ତମାନ ୩୦ ଟି ଜିଲ୍ଲାର ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ତା ୧୪/୧୧/୨୦୨୩ ରିଖ ଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନାର୍ଯ୍ୟ ଦାବି ପୂରଣ ପାଇଁ ଅହୋରାତ୍ର ଧାରଣା ରେ ବସିଛନ୍ତି । ତେଣୁ ତାଙ୍କୁ ସର୍ବ ସମତ୍ଵ କ୍ରମେ ତାଙ୍କୁ ସମର୍ଥନ କରିବାକୁ ଏ ସଭାରେ ଗୃହୀତ ହେଇଛି । ଉପସ୍ଥିତ ସଦସ୍ୟ ବାସୁଦେବ ଓଝା ,ଧରଣୀଧର ବେହେରା , ଦିଲୀପ କୁମାର ଦାସ,ଅଜୟ କୁମାର ଦାସ,ବିନୋଦ କୁମାର ସାହୁ,ରୁଦ୍ରନାରାୟଣ ମହାପାତ୍ର,ପବିତ୍ର ମୋହନ ରାଉତ , ମାଧବାନନ୍ଦ ରାଉତ ,ଲଙ୍ଗେଶ୍ୱର୍ ସିଂହ ,ରୂପ ମଞ୍ଜରୀ ପଟ୍ଟନାୟକ ,ଅକ୍ଷୟ କୁମାର ନନ୍ଦ,ପ୍ରମୋଦ କୁମାର ତରେଇ,ନିରୋଦ କୁମାର ବେହେରା , ପ୍ରଫୁଲ୍ଲ କୁମାର ବିଶ୍ବାଳ ।

Leave a Reply

Your email address will not be published. Required fields are marked *