Spread the love

ଦଶରଥପୁରର ଯାଫରପୁର ଠାରେ ବିଜୁଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ

ବିଷଯ____ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ଯାଫରପୁର ଠାରେ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦିପ୍ତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରମିଳା ମଲ୍ଲୀକ ଯୋଗଦେଇ ଥିବାବେଳେ ଦଶରଥପୁର ବ୍ଳକ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲୀକ ,ଉପାଧ୍ୟକ୍ଷ ଝିଲି ମଲ୍ଲୀକ ,ଜିଲ୍ଲା ବିଜେଡ଼ି ସଭାପତୀ ସରୋଜ ମହାପାତ୍ର ,ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲୀକ,ମନ୍ନସିନୀ ଦାସ ,ସରପଞ ସୁରେନ୍ଦ୍ର ବେଉରିଆ,ପୃର୍ବତନ ସରପଞ ମନୋରଞନଦାଶ ,ଚିତ୍ତରଞ୍ଜନନାୟକ,ରମେଶ ରାଉତ,ଗୈରାଙ୍ଗ ମଲ୍ଲୀକ,ବିଜୟ ଧଳ ,ସମିତି ସଭ୍ୟ ଶୈଳନ୍ଦ୍ର ସାମଲ ,ପୃର୍ବତନ ସମିତି ସଭ୍ୟ ମହେଶ୍ଵର ଜେନା ,ବରିଷ୍ଠ ସମିତି ସଭ୍ୟ ଧିରେନ୍ଦ୍ର ନାଥ ମଲ୍ଲୀକ ,ପାଲଟପୁର ସେବା ସମବାୟ ସମିତିର ସଭାପତି ଅଶ୍ଵିନୀ ନାୟକ ,ବିଂଝାରପୁର ବ୍ଳକ ସଭାପତୀ ନନ୍ଦକିଶୋର ସାମଲ ,ନିର୍ବାଚନୀ ମଣ୍ଡଳୀ ସଭାପତି ମୁରଲୀଧର ବେହେରା , ପ୍ରଭାସ ଦାଶ ,ବିରଜା ମଲ୍ଲୀକ ,ଚିନ୍ନୟ ମାହୁନ୍ତ ,ଚିରଞ୍ଜିବି ରାଉତ ,ସଞିତ ମହାନ୍ତୀ , ଅଜୟ ମହାନ୍ତି ,ହିମାଂଶୁ ନାୟକ ପ୍ରମୁଖ ଅତିଥିମାନେ ଯୋଗଦେଇ ବିଜୁଜନତା ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ଉଦବୋଧନ ଦେଇଥିଲେ ।ପ୍ରାରମ୍ଭରେ ସମସ୍ତ ଅତିଥିମାନେ ହାଇସ୍କୁଲ ପାଖରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଯାଫରପୁର ପଡିଆଠାରେ ଅନୁଷ୍ଠିତ ହେଉଥିବା ପ୍ରତିଷ୍ଠା ଦିବସ ରେ ପହଞ୍ଚିଥିଲେ ।ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ବରିଷ୍ଠ କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବହୁ କର୍ମୀ ଅନ୍ୟ ଦଳ ଛାଡି ବିଜୁଜନତା ଦଳରେ ଯୋଗଦେଇଥିଲେ ।

ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *