ଦିଗପହଣ୍ଡି ରେ ତେଜୁଛି ଆଦିବାସୀ ଅସନ୍ତୋଷ ଥଇଥାନ ନାଁ ରେ ଜୁଲମ.
ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଉସ୍ତପଲି, ବିଷ୍ଣୁସାଗର, ଦେଉଳସାହି, ବାଲିପାଟ ଗ୍ରାମ ଗୁଡିକରେ ରହିଛନ୍ତି ଅନେକ ଆଦିବାସୀ ପରିବାର, ବର୍ଷ ବର୍ଷ ଧରି ଉକ୍ତ ଅଂଚଳ ର ଜଙ୍ଗଲ ଜମି ହେଉଛି ଏହି ଆଦିବାସୀ ମାନଙ୍କ ବଂଚିବା,ଜୀବନ ଓ ଜୀବିକାର ଏକ ମାତ୍ର ପନ୍ଥା. ବର୍ତମାନ ଚିନ୍ତା ର ବିଷୟ ହେଲା ଛେଳିଗଡ଼ ପ୍ରକଳ୍ପ ରେ ବିସ୍ଥାପିତ ମାନଙ୍କ ପାଇଁ ସରକାରି କଲୋନୀ କରିବାକୁ ଚି଼ହ୍ନଟ ହୋଇ ଥିବା ସରକାରୀ ଜାଗା ମଧ୍ୟରେ ରହିଛି ଉକ୍ତ ଅଂଚଳ ଅନ୍ତର୍ଗତ ଚାକୁଣ୍ଡାପଲ୍ଲୀ ମୌଜା ର 75 ଏକର ଜମି ଏଵଂ ବାଲିପାଟ ମୌଜା ର 90 ଏକର ଜମି, କିନ୍ତୁ ଏଠି ଗୋଟିଏ ପଟେ ବିସ୍ଥାପିତଙ୍କୁ ଥଇଥାନ କରିବାକୁ ଯାଇ ସେଠି ବସବାସ କରୁଥିବା ଶହ ଶହ ପରିବାର ଙ୍କୁ ନିଜ ଭିଟାମାଟି ରୁ ବିସ୍ଥାପିତ କରିବା ହାସ୍ୟାସ୍ପଦ ମନେହୁଏ ନାହିଁ କି? ଯାହାକୁ ପ୍ରତିବାଦ କରି ସେଠିକା ଶହ ଶହ ପରିବାର ବର୍ତମାନ ଚିନ୍ତାରେ. ଯଦିଓ ଉକ୍ତ ଜମି ସବୁ ସରକାରୀ ଖାତାରେ ରହିଛି ହେଲେ ଦଶକ ଦଶକ ଧରି ଯୋଉଁମାନେ ସେଠି ନିଜ ଜୀବନ ବସର କରିଛନ୍ତି ସେମାନେ ଯିବେ କୁଆଡେ? ସରକାର ବିସ୍ଥାପିତ ମାନଙ୍କ ଥଇଥାନ ଲାଗି ଚି଼ହ୍ନଟ କରିଥିବା ଉସ୍ଥାପଲ୍ଲୀ ରେ 45 ଆଦିବାସୀ ପରିବାର, ବ୍ରାହ୍ମଣପଙ୍କର 28 ଦଳିତ ପରିବାର ଓ 10ଟି ଆଦିବାସୀ ପରିବାର ରହିଛି,ଖାଲି ସେତିକି ନୁହଁ ଦେଉଳସାହି ଓ ବିଷ୍ଣୁସାଗର ଗାଁ ର 10 ରୁ ଉର୍ଦ୍ଧ ଆଦିବାସୀ ପରିବାର ସେହି ଚି଼ହ୍ନଟ ସ୍ଥାନରେ ନିଜ ଜୀବନ ଜୀବିକା ଚାଷ କରି ବ୍ୟତୀତ କରୁଛନ୍ତି ବର୍ତମାନ ସେମାଙ୍କୁ ସତରେ ଯେମିତି ଶକ୍ତ ଝଟକା ଟିଏ ଲାଗିଛି, ଯେବେଠୁଁ ସରକାର ଛେଲିଗଡ ବିସ୍ଥାପିତ ମାନଙ୍କ ଲାଗି କଲୋନୀ କରିବାକୁ ସେମାନଙ୍କ ଭିଟାମାଟି ଛଡେଇ ନେବେ ବୋଲି ନିର୍ଣ୍ଣୟ କରିଛନ୍ତି.ଉକ୍ତ ଦାବି କୁ ଆଧାର କରି ଆଜି ଉସ୍ଥାପଲ୍ଲୀ, ବିଷ୍ଣୁସାଗର, ଦେଉଳସାହି ର ଶହ ଶହ ଆଦିବାସୀ ପରିବାର ସେମାଙ୍କୁ ଜଙ୍ଗଲ ଅଧିକାର ଆଇନ 2006 ଅନୁସାରେ ସେମାଙ୍କ ଦଖଲ ରେ ଥିବା ଶହ ଶହ ବର୍ଷ ର ଜମିକୁ ଉଭୟ ବ୍ୟକ୍ତିଗତ ଏଵଂ ଗୋଷ୍ଟୀଗତ ଶିରୋନାମା ପ୍ରଦାନ କରିବା ଦାବି ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି.
