Spread the love

ଅନୁଗୋଳ – ଆଜି ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ଦ୍ଵାରା ପୁସ୍ତକ ‘ ଦେବସ୍ନାନ ମନ୍ଦରଗିରି’ ର ଉନ୍ମୋଚନ ହୋଇଯାଇଛି। ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଗୋଳ ସ୍ଵୟଂ ଶାସିତ ମହା ବିଦ୍ୟାଳୟର ପ୍ରଫେସର ଡ଼ଃ ଶାନ୍ତନୁ କୁମାର ସର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡଃ ସଦାନନ୍ଦ ପରିଡା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାଧୁ ଶେଷଦେବ ଜୀ ମହାରାଜ ପ୍ରମୁଖ ମଞ୍ଚାସିନ ଥିଲେ। ଏଥି ସହିତ ଲେଖକ ନୀଳମଣି ଦେହୁରୀ ମଞ୍ଚାସିନ ଥିଲେ। ଅନୁଗୋଳ ଜିଲ୍ଲା ମୂଷା ପାପୁଲି ଠାରେ ଥିବା ମନ୍ଦରଗିରୀ ମଠ ପ୍ରାଙ୍ଗଣରେ ଲେଖକ ଶ୍ରୀ ନୀଳମଣି ଦେହୁରୀ ଙ୍କ ଲିଖିତ ‘ପୁସ୍ତକ’ ଦେବ ସ୍ନାନ ମନ୍ଦରଗୀରି ‘ ଉନ୍ମୋଚିତ ହୋଇପାରିଛି। ଶ୍ରୀ ଦେହୁରୀ ନିଜର ବଳିଷ୍ଠ ଲେଖା ମାଧ୍ୟମରେ ମନ୍ଦର ଗିରି ପାହାଡ଼ର ପୌରାଣିକ ଗାଥାର ବର୍ଣ୍ଣନା କରି ରାମାୟଣ ଯୁଗର ସାମଞ୍ଜସ୍ୟ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ତାଙ୍କର ପୁସ୍ତକରେ ପୌରାଣିକ କଥାବସ୍ତୁର ନିଛକ ସାମଞ୍ଜସ୍ୟ ଏହି ଅନୁଗୋଳ ଜିଲ୍ଲାର ମନ୍ଦର ଗିରି ଓ ତାହାର ଆଖ ପାଖ ଅଞ୍ଚଳ ଗୁଡିକରେ ରହିଥିବା ପ୍ରମାଣ ପ୍ରକାଶିତ ହୋଇଛି। ଅନୁଗୋଳର ବିଧାୟକ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ଉପ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ତାଙ୍କ ଅଭିଭାଷଣରେ ଲେଖକଙ୍କ ପ୍ରଶଂସା କରିଥିବା ବେଳେ ଏହି ପୁସ୍ତକର ଏକ କପି ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ କହିଥିଲେ। ଅନୁଗୋଳ ସ୍ଵୟଂ ଶାସିତ ମହା ବିଦ୍ୟାଳୟର ପ୍ରଫେସର ଡ଼ଃ ଶାନ୍ତନୁ କୁମାର ସର ଏହି ପୁସ୍ତକରେ ରଚିତ ବଳିଷ୍ଠ ପ୍ରମାଣ ଗୁଡ଼ିକର ସତ୍ୟତା ଉପରେ ଆଲୋକପାତ କରିଥିଲେ। ସେହିପରି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡଃ ସଦାନନ୍ଦ ପରିଡା ମଧ୍ୟ ଏହି ପୁସ୍ତକରେ ଲିଖିତ ଓ ମନ୍ଦରଗିରୀର ସତ୍ୟତା ଏବଂ ଲେଖକ ଶ୍ରୀ ନୀଳମଣି ଦେହୁରୀଙ୍କ ପ୍ରଶଂସା କରିଥିଲେ। ସାଧୁ ଶେଷଦେବ ଜି ମହାରାଜ ନିଜ ଅଭିଭାଷଣରେ ଧର୍ମ ସମ୍ପର୍କିତ ଜ୍ଞାନ ପ୍ରଦାନ କରିଥିଲେ। ଶେଷରେ ଜ୍ୟୋତିର୍ବିଦ ସୋମନାଥ ଧଳଙ୍କ ସମେତ ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ପାଇଁ ଅନ୍ୟ ତିନି ଜଣଙ୍କୁ ବିଧାୟକ ରଜନୀକାନ୍ତ ସିଂହ ସମ୍ମାନିତ କରିଥିଲେ। ଶେଷରେ ମଞ୍ଚ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିବା ଶହ ଶହ ସଂଖ୍ୟାରେ ଉପସ୍ଥିତ ଭକ୍ତ/ଦର୍ଶକ ମଠରେ ପ୍ରସାଦ ସେବନ କରିଥିଲେ, ଷ୍ଟଲ୍ ଗୁଡିକରେ ପୁସ୍ତକ ବିକ୍ରି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ମହିଳା ପୁରୁଷ, ସାଧୁ ସନ୍ଥ, ଭଦ୍ରବ୍ୟକ୍ତି ଓ ପାଠକ ପାଠିକା ଯୋଗ ଦେଇ ଥିଲେ। ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଆୟୋଜକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *