Spread the love

ନବଘନ ମହନ୍ତ ମାୟାଧର ୟୁପି ସ୍କୁଲର ଶିକ୍ଷୟତ୍ରୀ ଙ୍କ ପରଲୋକ

ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମର ନବଘନ ମହନ୍ତ ମାୟାଧର ୟୁପି ସ୍କୁଲର ଶିକ୍ଷୟତ୍ରୀ କାଜଲ ଦଳାଇଙ୍କ ପରଲୋକ ହୋଇଛି ।ସେ ଦୀର୍ଘ ଦିନ ଧରି ଭୁବନେଶ୍ୱର ଠାରେ ଥିବା ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ଘଟିଛି।ସେ ଏକାଧାରରେ ଜଣେ ସାରସ୍ବତ ସାଧକ,ସ୍ନେହି ଓ ପରୋପକାରୀ, ଶାନ୍ତ ସ୍ବାଭାପର ଭାବେ ସାରା ବିଂଝାରପୁର ବ୍ଳକ ରେ ପରିଚିତ ଥିଲେ।ସେ ଥିଲେ ସମସ୍ତଙ୍କର ପ୍ରିୟ ପାତ୍ରୀ,ତାଙ୍କୁ ସମସ୍ତେ ଭଲପାଉଥିଲେ। ତାଙ୍କ ପରଲୋକରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ,ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ,ଭରତ ଚନ୍ଦ୍ର ନାୟକ, ସତ୍ୟ ଭୁଷଣ ବାରିକ, ରତ୍ନାକର ସାହୁ, ସରପଞ୍ଚ ନନ୍ଦକିଶୋର ମଲ୍ଲିକ, ସୁଧାଂଶୁବାଳା ନାୟକ, ପୁରୁଷୋତ୍ତମ ବେହେରା, ପ୍ରଧାନ ଶିକ୍ଷକ ପ୍ରତାପ ପାତ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।ଓ ଭଗବାନ ତାଙ୍କ ପରିବାରକୁ ଏକ ଅବସ୍ଥାରେ ସହାୟ ହୁଅନ୍ତୁ ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ତାଙ୍କର ସ୍ଵାମୀ ଲକ୍ଷ୍ମୀଧର ବେହେରା, ପୁରୁଷୋତ୍ତମ ବେହେରା,ପୁଅ ପ୍ରସନ୍ନ କୁମାର ବେହେରା ଓ ଝିଅ କରିସ୍କା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *