Spread the love

*ପଲ୍ଲୀପୁଷ୍ପ ପତ୍ରିକା ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ*

ତା.୧/୦୪/୨୫ ଦଶରଥପୁର ବ୍ଲକ୍ ଅନ୍ତର୍ଗତ କସପା ପଞ୍ଚାୟତ ସ୍ଥିତ ଅହିୟାସ ହାଟଛକ ଠାରେ ପଲ୍ଲୀପୁଷ୍ପ ସାହିତ୍ୟ ପତ୍ରିକା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଦର୍ଶ ଶିକ୍ଷକନେତା ଦିଗମ୍ବର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକୁ ମୁଖ୍ୟଅତିଥି – ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସେନା ଅଧିକାରୀ ଡ଼. ନନ୍ଦକିଶୋର ସାହୁ ବରପୁତ୍ର ମାନଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ଦୀନେଶ କୁମାର ମଲ୍ଲିକଙ୍କ ସହ ସାଇଶ୍ରୀ ପୃଷ୍ଟି ଓ ବିଜୟିନୀ ଦାସ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ।ସୁଦର୍ଶନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାମଦେବ ରଥ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ।ପ୍ରାକ୍ତନ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ପାତ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ଚନ୍ଦନ କୁମାର ପତି, କବି ଶଶୀ ନାୟକ, ଦୁର୍ଗାଚରଣ ବାରିକ୍, ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘର ସଭାପତି ଶ୍ରୀକାନ୍ତ ନାୟକ,ମଦନ ରଣା,ସୁରେନ୍ଦ୍ର ସୂତାର, ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ, ଶ୍ରୀଧର ତ୍ରିପାଠୀ,ନିମାଇଁ ଚରଣ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଉତ୍କଳ ଦିବସର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୂଖ ବିନ୍ଧାଣୀ ମାନଙ୍କ ତ୍ୟାଗ ତିତିକ୍ଷା ସଂପର୍କରେ ବର୍ଣ୍ଣନା କରିଥିଲେ,ବରିଷ୍ଠ କବି ନିରଞ୍ଜନ ପତି କବିତା ପାଠ କରିଥିଲେ। ଚନ୍ଦ୍ରଶେଖର ସାହୁ,ବିଜୟାନନ୍ଦ ମହାନ୍ତି,କୁଶାସନ ଭଞ୍ଜ, ଦୁଃଶାସନ ବିଶ୍ଵାଳ, ଗଜେନ୍ଦ୍ର ସାହୁ,ଅଜିତ୍ ସିଂହ , ହିମାଂଶୁ ପାଣିଗ୍ରାହୀ ରାଜେଶ୍ ସାମଲ,ତ୍ରିଲୋଚନ ଦାସ,ଧରଣୀଧର ସାହୁ ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ରମାକାନ୍ତ ଜେନା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *