Spread the love

ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ସୁଜିତ ବୋଷଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ପୌର ନିଯୁକ୍ତି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନିଲଣ୍ଡରିଂ ମାମଲାରେ ଇଡି ଏହି ଗିରଫ କରିଛି। ବୋଷ ଆଜି ପୂର୍ବାହ୍ଣ ୧୦ଟାରେ ଇଡିର କୋଲକାତା ଜୋନାଲ ଅଫିସ୍‌ରେ ଜେରା ପାଇଁ ହାଜର ହୋଇଥିଲେ। ତାଙ୍କୁ ପାଖାପାଖି ୧୦ ଘଣ୍ଟା ଜେରା କରାଯିବା ପରେ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଟିଏମ୍‌ସିର ଶୋଚନୀୟ ପରାଜୟ ପରେ ଦଳ କ୍ଷମତାରୁ ଯିବାପରେ ବୋଷ ପ୍ରଥମ ବରିଷ୍ଠ ଟିଏମ୍‌ସି ନେତାଭାବେ ନିଯୁକ୍ତି ଦୁର୍ନୀତିରେ ଗିରଫ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଆର୍ଥିକ ଫାଇଦା ବଦଳରେ ବୋଷ ଦକ୍ଷିଣ ଦମ୍‌ଦମ୍ ପୌରପାଳିକାରେ ପାଖାପାଖି ୧୫୦ ପ୍ରାର୍ଥୀଙ୍କୁ ବିଭିନ୍ନ ପଦ‌ରେ ବେଆଇନ ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଥିଲେ। ଆସନ୍ତାକାଲି ବୋଷଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ବୋଲି ଇଡି ପକ୍ଷରୁ ଜାରି ହୋଇଥିବା ଏକ ବିବୃତି‌ରେ କୁହାଯାଇଛି।

Leave a Reply

Your email address will not be published. Required fields are marked *