Spread the love

ପ୍ରସିଦ୍ଧ ଶ୍ୟାମେଶ୍ଵରଙ୍କ ପୀଠରେ ମହାଶିବ ରାତ୍ରି ପାଇଁ ବୈଠକ ଅନୁଷ୍ଠିତ

ବିଷୟ_____ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ସୀମାନ୍ତ ଅଞ୍ଚଳ ବିଂଝାରପୁର ଥାନା ।ଓ ବରି ବ୍ଳକର ଅରିଲୋ ଗ୍ରାମର ସୁବୁଦ୍ଧି ରାୟ ମହାପାତ୍ର ବଂଶର ଜନୈକ ବ୍ୟକ୍ତି ର କାଳିଗାଇ ଥିଲା ।ଗାଇଠାରୁ ବୁନ୍ଦାଏ ହେଲେ କ୍ଷିର ସେ ପାଆନ୍ତି ନାହିଁ। ସେ ଦିନେ ରାତିରେ ଲୁଚି ରହି ଗାଇ ଟିର ଗତିବିଧି ଲକ୍ଷ୍ୟକଲେ । ଅଧ ରାତିରେ ଛାଆ ଗାଇଟିର ବେକରୁ ଦ ଉଡ଼ି ଖୋଲିଗଲା ଓ ସେ ଦକ୍ଷିଣ ଦିଗରେ ଥିବା ସେହି ବେଣା ଘେରା,ସ୍ଥାନକୁ ଯାଇ ଛିଡାହେଲା ତା ପହ୍ନାରୁ କ୍ଷିର ଧରିଲା ,ସେ ପୁଣି ନିଜ ସ୍ଥାନକୁ ଫେରିଆସି ଛିଡ଼ା ହୁଏ ।ଓ ଆପେ ଆପେ ଦ ଉଡ଼ି ତା ବେକରେ ବାନ୍ଧି ହୋଇ ଯାଏ । ତାପରଦିନ ସମସ୍ତେ ଯାଇ ସେ ଯାଗାକୁ ଦେଖିଲେ । ଯେ ବହୁ ପୁରୁଣା ପାତାଳୀ ଶୈବପୀଠ ଏହା ପରେ
ପନ୍ଦର ହଜାର ଫୁଟ ତଳେ ଅବସ୍ଥିତ । ଏ‌ଆକୂ ଆମେ ଶ୍ୟମେଶ୍ଵର ମହାଦେବ ।ବୋଲି କହନ୍ତି ୧୯୬୩ ମସିହାରୁ ମହାଯଜ୍ଞ ଆଜି ପର୍ଯ୍ୟନ୍ତ ପବିତ୍ର ମହାଶିବରାତ୍ରି ରେ ହୋଇଆସୁଛି । ସମସ୍ତ ରୀତିନୀତି ଅନୁସାରେ କମିଟି ପକ୍ଷରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।
ଶ୍ୟାମେଶ୍ଵରଙ୍କ ପୀଠର ମୁଖ୍ୟ ପର୍ବ ପର୍ବାଣୀ ମଧ୍ୟରେ କାର୍ତ୍ତିକ ପୂର୍ଣ୍ଣିମା, ଯାଗର ଯାତ୍ରା, ଚନ୍ଦନ ପୂର୍ଣ୍ଣିମାରେ ତିନିଦିନି ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ। ଗତବର୍ଷ ଠାରୁ ଶିବ ପାର୍ବତୀ ବିବାହ ଅନୁଷ୍ଠିତ ହେଉଅଛି। ଶ୍ୟାମେଶ୍ଵରଙ୍କ ପୀଠରେ ବହୁ ଐଲୋକିତ କିମ୍ପଦନ୍ତି ରହିଅଛି ।ଏଥର ଉନ୍ନୟନ ପରିଷଦ ପକ୍ଷରୁ ତିନିଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *