Spread the love

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକରେ ବିଜେଡି ପକ୍ଷରୁ କେନ୍ଦ୍ର ସରକାର ବିରୋଧୀ ପ୍ରତିବାଦ

ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକରେ ବିଜେଡି ପକ୍ଷରୁ କେନ୍ଦ୍ର ସରକାର ବିରୋଧୀ ପ୍ରତିବାଦ। କେନ୍ଦ୍ର ସରକାର ଗରିବ ହିତାଧିକାରୀଙ୍କ ରାସନ ସାମଗ୍ରୀ କୁ କାଟିବା ପ୍ରତିବାଦ ରେ ବିଂଝାରପୁର ବ୍ଲକରେ ବିଜେଡ଼ି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ଆଚ୍ଛେଦିନ ର ସ୍ୱପ୍ନ ଦେଖେଇ ଗରିବ ଲୋକଙ୍କୁ ହତାଦର କରୁଥିବା ବିଜେପି ସରକାର ବିରୋଧ ରେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଂଝାରପୁର ବ୍ଲକର ଅଧ୍ୟକ୍ଷା ରଂଜିତା କୁମାରୀ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ ବ୍ଲକ ର ସରପଂଚ, ଜିଲା ପରିଷଦ ସଦସ୍ୟ ସମେତ ବିଜେଡି ନେତା ମାନେ ଉପସ୍ଥିତ ଥିଲେ। ପରେ ଏ ନେଇ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି।

ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *