Spread the love

​ ଫେକ୍ UPI ଆପ୍ ଜରିଆରେ ଠକେଇ: ବଣିକ ସଂଘ ଦ୍ୱାରା ଅଭିଯୁକ୍ତଙ୍କୁ ଧରି ପୋଲିସକୁ ଜିମା, କୋର୍ଟ ଚାଲାଣ…,


​ଜୁନାଗଡ଼:(ବାଲେଶ୍ୱର ସୁନାନୀ )
ଜୁନାଗଡ଼ ସହରରେ ଏକ ବଡ଼ଧରଣର ସାଇବର ଠକେଇ ଜାଲିଆତିର ପର୍ଦ୍ଦାଫାଶ ହୋଇଛି। କିଛି ଦିନ ହେବ ଜୁନାଗଡ଼ ସହରରେ ଏକ ନକଲି ବା ଫେକ୍ UPI ଆପ୍‌ ମାଧ୍ୟମରେ ୨୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କୁ ଠକି ଆସୁଥିବା ଜଣେ ଅଭିଯୁକ୍ତକୁ ବଣିକ ସଂଘର ସଦସ୍ୟମାନେ ସାହସିକତାର ସହ କାବୁ କରିଜୁନାଗଡ଼ ପୋଲିସକୁ ଜିମା ଦେଇଛନ୍ତି।
​ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତଜଣଙ୍କ ଦୋକାନମାନଙ୍କରେ ସାମଗ୍ରୀ କ୍ରୟ କରି ନକଲି UPI ଆପ୍ ଜରିଆରେ ଟଙ୍କା ପୈଠ ହୋଇଥିବା ଭଳି ଭ୍ରମ ସୃଷ୍ଟି କରି ବ୍ୟାପକ ଠକେଇ ଚଳାଇଥିଲେ।
​ଏହି ଘଟଣାକୁ ନେଇ ବଣିକ ସଂଘର ସଭାପତି ମୁକେଶ ଅଗ୍ରୱାଲ ଏବଂ ସମ୍ପାଦକ ପ୍ରଭାତ ଦାଶ ଉଦ୍‌ବେଗ ପ୍ରକାଶ କରିବା ସହ ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଇଛନ୍ତି। ଆଗାମୀ ଦିନରେ ଏଭଳି ଠକେଇରୁ ବର୍ତ୍ତିବା ପାଇଁ ବଣିକ ସଂଘର ସମସ୍ତ ବ୍ୟବସାୟୀ ଭାଇମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ଅନଲାଇନ୍ ଟ୍ରାଞ୍ଜେଶନ କଲାବେଳେ ସମ୍ପୂର୍ଣ୍ଣ ସତର୍କ ରହିବାକୁ ସେମାନେ ଅନୁରୋଧ କରିଛନ୍ତି।
​ଆଜି ପୋଲିସ ପକ୍ଷରୁ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନୂତନ ଆଇନ ଅନୁଯାୟୀ ଅଭିଯୁକ୍ତ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୩୧୮(୪), ୩୫୧(୩) ଏବଂ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୬(ଡି) ଅଧୀନରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ବଣିକ ସଂଘର ଏଭଳି ସତର୍କତା ଓ ପଦକ୍ଷେପକୁ ସହରର ବୁଦ୍ଧିଜୀବୀ ମହଲରେ ବହୁତ ପ୍ରଶଂସା କରାଯାଇଛି,

Leave a Reply

Your email address will not be published. Required fields are marked *