Spread the love

ବଡବିଲ ଦ୍ରୌପଦୀ ଦେବୀ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଚାଲିଥିବା ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦଯାପିତ.

କେନ୍ଦୁଝର ଜିଲ୍ଲାର ବଡବିଲ ପୌରାଞ୍ଚଳ ରେ ଥିବା ଦ୍ରୌପଦୀ ଦେବୀ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ଏକ ସପ୍ତାହ ବ୍ୟାପି ଚାଲିଥିବା ଓଡିଶୀ ନୃତ୍ୟ କର୍ମଶାଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଓଡ଼ିଶୀ ନୃତ୍ୟଗ୍ନା ଓ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ମେ ମାସ ଏକ ରୁ ସାତ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସାତ ତାରିଖଦିନ ଏହି କାର୍ଯ୍ୟକ୍ରମର ସମାବର୍ତ୍ତନ ଉତ୍ସବ ବଡବିଲ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ରେ ବଡବିଲ ତହସିଲଦାର ଆଲୋକ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଡବିଲ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ଓ ନୃତ୍ୟଗୁରୁ ଲିଙ୍ଗରାଜ ସ୍ୱାଇଁ ଓ ଗୁରୁ ନିମାକାନ୍ତ ରାଉତରାୟ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଅତିଥି ମାନଙ୍କ ଦ୍ଵାରା ଛାତ୍ର ଛାତ୍ରୀ ଓ ଅନ୍ୟାନ୍ୟ ନୃତ୍ୟ ଗୁରୁ ମାନଙ୍କୁ ସମ୍ମାନୀତ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୀତାର ବାଦକ ଗୁରୁ କୁମାର ସତ୍ୟ ରଞ୍ଜନ, ହର୍ମୋନି ୟମ୍ ବାଦକ ଗୁରୁ ତାପସ କୁମାର ନାଏକ ଓ ମର୍ଦଳ ବାଦକ ଗୁରୁ ଆଲୋକ ରଞ୍ଜନ ଦାସ, ଦ୍ରୌପଦୀ ଦେବୀ ସାଂସ୍କୃତିକ ଅନୁଷ୍ଠାନ ର ନୁର୍ତ୍ୟ ଗୁରୁ ପ୍ରଶାନ୍ତ କୁମାର ସାହୁ, ମୌସୁମୀ ବାନାର୍ଜୀ, ପ୍ରମୁଖ ଏକ ସପ୍ତାହ ବ୍ୟାପି ଅକ୍ଲାନ୍ତ ପରିଶ୍ରମ ଓ ଦ୍ରୌପଦୀ ଦେବୀ ମଙ୍ଗଳ କାରି ସଂସ୍ଥା ଯୋଗୁ ଏହି କାର୍ଯ୍ୟକ୍ରମ ସମ୍ଭବ ହୋଇ ପାରିଛି ବୋଲି କଳା କେନ୍ଦ୍ରର ଅଧକ୍ଷ ମନୋଜ କୁମାର ସାହୁ କହିଛନ୍ତି ।ଏହି କାର୍ଯ୍ୟକ୍ରମ ର ପରିଚାଳନା ବିନି କର କରିଥିବା ବେଳେ ଦ୍ରୌପଦୀ ଦେବୀ ମଙ୍ଗଳ କାରି ସଂସ୍ଥାର ସମସ୍ତ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *