Spread the love

ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କୁ ଓଡ଼ିଶାର ସର୍ବୋଚ୍ଚ ପୋଲିସ ସମ୍ମାନ ‘ଡିଜିପି ଡିସ୍କ’ରେ ସମ୍ମାନିତ ।

କେନ୍ଦୁଝର ଜିଲ୍ଲା ପୋଲିସ୍ ପାଇଁ ଗୌରବ ଆଣିଲେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ। ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ, ଯେ ବଡ଼ବିଲ ଥାନାର ଥାନା ଅଧିକାରୀ  ଶ୍ରୀ ଅଶୋକ କୁମାର ନାୟକଙ୍କୁ ଓଡ଼ିଶାର ସର୍ବୋଚ୍ଚ ପୋଲିସ ସମ୍ମାନ ‘ଡିଜିପି ଡିସ୍କ’ ପ୍ରଦାନ କରାଯାଇଛି। ୨୦୨୫ ମସିହା ସାରା ବର୍ଷ ଧରି ତାଙ୍କର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା, ଗୁରୁତ୍ୱପୂର୍ଣ୍ଣ ମାମଲାର ସଫଳ ତଦନ୍ତ, ସହିତ ଆଇନ-ଶୃଙ୍ଖଳା କ୍ଷେତ୍ରରେ ତାଙ୍କର ସ୍ତୁତିଯୋଗ୍ୟ ଭୂମିକା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।ଶ୍ରୀ ନାୟକଙ୍କ ନେତୃତ୍ୱରେ ବଡ଼ବିଲ ଥାନାର କାର୍ଯ୍ୟଶୈଳୀ ରେ ଉଲ୍ଲେଖନିୟ ଉନ୍ନତି
ଦେଖାଯାଇଥିବା ସହ ଅନେକ ଜଟିଳ ମାମଲାର ସଫଳ ସମାଧାନ ହୋଇପାରିଛି। ତାଙ୍କର କଠୋର ପଦକ୍ଷେପ ଓ ସଠିକ୍ ଦୂରଦୃଷ୍ଟି ଫଳରେ ଅଞ୍ଚଳରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିଛନ୍ତି।
ଏହି ସଫଳତା ପାଇଁ ପୋଲିସ ବିଭାଗର ବରିଷ୍ଠ କର୍ମକର୍ତ୍ତା ମାନେ, ସହକର୍ମୀମାନେ ଓ ସ୍ଥାନୀୟ ଲୋକମାନେ ଶ୍ରୀ ଅଶୋକ କୁମାର ନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି ସମ୍ମାନ ଅଞ୍ଚଳ ପାଇଁ ଗୌରବର ବିଷୟ ହୋଇଥିବାବେଳେ ଆଗାମୀ ଦିନରେ ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *