Spread the love

ବସନ୍ତପଡା ଠାରେ ରେଙ୍ଗଟୁ ମାଳି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ, l
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବଡନ୍ତାପଡ଼ା ଠାରେ ବ୍ଲକ ସ୍ତରୀୟ ରେଙ୍ଗଟୁ ମାଳି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ, ଏହି ଟୁର୍ନାମେଣ୍ଟରେ ବିଭିନ୍ନ ବ୍ଲକ ର କୋଡିଏ ଗୋଟି ଦଳ ଅଂଶଗ୍ରହଣ କରିଥିବାବେଳେ ଆଗାମୀ ଦଶ ଦିନ ଧରି ଏହି ଟୁର୍ନାମେଣ୍ଟ ଚାଲିବ ବୋଲି ଆୟୋଜକ ବସନ୍ତପଡ଼ା କମିଟି ଠାରୁ ସୂଚନା ମିଳିଛି,ଆଜି ପ୍ରଥମ ଦିନରେ ଦୁଇ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା, ମୁନିଗୁଡା ର ଗୋବର୍ଧନପୁର ଏବଂ ଲାଞ୍ଜିଗଡ ର ହରେକୃଷ୍ଣପୁର ମଧ୍ୟରେ, ସେହିଭଳି ଦ୍ୱିତୀୟ ମ୍ୟାଚ ବେଦାନ୍ତ ଏବଂ ବାଣିପଙ୍ଗା ମଧ୍ୟରେ ଏହି ଦୁଇଟି ମ୍ୟାଚ ରେ ପ୍ରଥମ ମ୍ୟାଚ ହରେକୃଷ୍ଣପୁର ଜିତି ଥିବାବେଳେ, ଦ୍ୱିତୀୟ ମ୍ୟାଚ ବାଣିପଙ୍ଗା ଜିତିଥିଲା,ଏହି ମ୍ୟାଚରେ ଖେଳାଳି ମାନଙ୍କୁ ଉତ୍ସlହିତ କରିବା ପାଇଁ ମୁଖ୍ୟଅତିଥି ରୂପେ ବସନ୍ତପଡ଼ା ସରପଞ୍ଚ ଚାଁଚେର ମାଝୀ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥିଭାବେ ବିଜେଡ଼ି ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ,ବେଦାନ୍ତ ର ଭଗବାନ ହୋତା, ଶ୍ରୀମୁଖ ଅଗସ୍ତି, ଶ୍ଵେତା ମହାପାତ୍ର, ଓଂକାର ଆଚାର୍ଯ୍ୟ, କିରନ ପଟନାୟକ, ସାନ୍ତନୁ ବିଶି, ରାଜେନ୍ଦ୍ର ମାଳି, ପ୍ରମୁଖ ଯୋଗଦେଇଥିଲେ, ମ୍ୟାଚ ପରିଚାଳନା କରିଥିଲେ ଆକାଶ ମାଝୀ, ଏବଂ ସୁଦାମ ମାଝୀ, ଆୟୋଜକ ବସନ୍ତପଡ଼ା କ୍ରିକେଟ ଟିମ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରୁଥିବା ଦେଖିବାକୁ ମିଳିଛି l

କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *