Spread the love

ଦୁର୍ଘଟଣା ରୋକିବାକୁ ମଙ୍ଗଳବାରଠାରୁ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ ହୋଇଛି। ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏବଂ ପୋଲିସର ମିଳିତ ସହଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ପ୍ରଥମ ଦିନରେ ୮୪ଜଣ ନାବାଳକ ଚାଳକ ଧରାପଡ଼ିଛନ୍ତି। ସବୁ ଜିଲାରେ ସକାଳୁ ରାତିଯାଏ ଧରପଗଡ଼ ଚାଲିଥିଲା।

ସମସ୍ତ ୮୪ ଜଣ ନାବାଳକଙ୍କ ଗାଡ଼ି ଜବତ କରାଯାଇଛି। ଗାଡ଼ି ମାଲିକଙ୍କ ନାମରେ ୨୫ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ ପାଇଁ ଚାଲାଣ କଟାଯାଇଛି। କେତେକ ଗାଡ଼ି ମାଲିକ ୨୫ ହଜାର ଟଙ୍କା ଜରିମାନା ଦାଖଲ କରି ମଙ୍ଗଳବାର ଗାଡ଼ି ନେଇଥିବା ବେଳେ ଅନ୍ୟମାନଙ୍କ ଗାଡ଼ି ବୁଧବାର ଅଦାଲତଙ୍କୁ ହସ୍ତାନ୍ତର କରାଯିବ ବୋଲି ରାଜ୍ୟ ପରିବହନ ବିଭାଗର ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *