Spread the love

ବିଷୟ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଚିକଣା ପଞାୟତର ମା ସନ୍ତୋଷି ମଣ୍ଡପରେ ବିଂଝାରପୁର ବିଧାୟିକା ତଥା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଦ୍ବାରା ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବାର୍ଦ୍ଧକ୍ୟ ବିଧବା ଓ ବିକଳାଙ୍ଗ ଥିବା ୨୦୯ ଜଣ ହିତାଧିକାରୀଙ୍କୁ ଭର୍ତ୍ତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ପଞାୟତ ସଭାପତି ଶିକ୍ଷାବିତ ବିପିନ ବିହାରୀ ବଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ, ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଉପାଧ୍ୟକ୍ଷ ସେକ ଏରସାଦ, ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ସରପଞ୍ଚ ପାର୍ବତୀ ମଲ୍ଲିକ,ସମିତି ସଭ୍ୟା ସ୍ବର୍ଣ୍ଣଲତା ବେହେରା, ପୃର୍ବତନ ସରପଞ୍ଚ ଧ୍ରୁବଚରଣ ସେଠି, ପୃର୍ବତନ ସରପଞ୍ଚ ପ୍ରଦୀପ ମହାନ୍ତି, ମୁରଲି ବେହେରା, ସମାଜସେବୀ ପରୋପକାରୀ ଶ୍ରୀଧର ମଲ୍ଲିକ, ପଞାୟତର ପିଓ ଅବିନାଶ ପାତ୍ର, ACO ଧର୍ମେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ତିନି ମାସର ୧୫୦୦ ଟଙ୍କା ପ୍ରଦାନ କରିଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *