Spread the love

ଢେଙ୍କାନାଳ,୩୦/୧୧: ସଦର ବ୍ଲକ୍ ଅନ୍ତର୍ଗତ ନାଗିଆପଶି ଗ୍ରାମର କିଛି ଚାଷୀଙ୍କ ନିକଟକୁ ବାରମ୍ବାର ଜମିଜ‌ମା ସଂଶୋଧନ ନିମନ୍ତେ ଆସୁଥିବା ନୋଟିସ୍ କୁ ନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଯେ, ଗତ ୨୦୧୧ ମସିହାରେ ନାଗିଆପଶି ଗ୍ରାମର କିଛି ଚାଷୀଙ୍କ ଠାରୁ ହାଇଦ୍ରାବାଦ୍ ତେଲେଙ୍ଗାନାର ୩-ପି ଅଏଲ୍ ପାମ୍ ପ୍ରାଇଭେଟ୍ ଲିମିଟେଡ୍ ଲିଜ୍‌ରେ ଜାଗା ନେଇ ସେଠାରେ ପାମୋଲିଭ୍ ନର୍ସରୀ କମ୍ପାନୀ ସ୍ଥାପନ କରିବାକୁ ସ୍ଥିର କରି ଗ୍ରାମର ଚାଷୀମାନଙ୍କୁ ଡାକି ଏକ ବୈଠକ କରିଥିଲେ । ସେଥୁରେ ଚାଷୀମାନେ ୧୦ ବର୍ଷ ଲିଜ୍‌ରେ ଜମି ଦେବାକୁ ସହମତି ପ୍ରକାଶ କରି ଦସ୍ତଖତ କରିଥିଲେ । ଗତ ତା.୨୨.୦୮.୨୦୨୩ରିଖରେ ପ୍ରଥମ ନୋଟିସ୍ ଦେଇ ବେଲଟିକିରି ଆର୍.ଆଇ.ଙ୍କ ଠାରୁ ଜମିକମା ସଂଶୋଧନ ନିମନ୍ତେ ଚାଷୀମାନେ ପାଇଥିଲେ । ଏହାର ପରଦିନ ଚାଷୀମାନେ ଲିଖୁତ ଭାବେ ଅଭିଯୋଗ ଦାଖଲ କରିଥିଲେ । ତା.୨୩.୦୩.୨୦୨୩ରିଖରେ ବେଲଟିକିରି ଆର୍.ଆଇ.ଙ୍କ କାର୍ଯ୍ୟାଳୟରେ ତହସିଲଦାରଙ୍କ ସହିତ ସମସ୍ତ ଚାଷୀମାନେ ଜନଶୁଣାଣି ଶିବିରରେ ଉପସ୍ଥିତ ରହି ଆଲୋଚନା କରିଥିଲେ, କିନ୍ତୁ ଏହାର କୌଣସି ଫଏସଲା ହୋଇପାରିନଥୁଲା । କିନ୍ତୁ କମ୍ପାନୀ କହୁଛି ଯେ, ଉକ୍ତ ଜାଗାକୁ ଚାଷୀମାନେ ବିକ୍ରି କରିଛନ୍ତି ବୋଲି । ଚାଷୀମାନେ କହିବା କଥା ୧୧ବର୍ଷ ତଳେ ତାଙ୍କ ବାପାମାନେ ଜାଗାକୁ ୧୦ବର୍ଷ ଲିଜ୍ ସୂତ୍ରରେ ପ୍ରଦାନ କରିଥିଲେ । ଏବେ ସେଥୁ ମଧ୍ୟରୁ କେତେଜଣ ମୃତ୍ୟୁବରଣ କଲେଣି । ଯେଉଁମାନେ ଅଛରି ସେମାନେ କହୁଛନ୍ତି ଯେ, କମ୍ପାନୀକୁ ୧୦ବର୍ଷ ପାଇଁ ଲିଜ୍‌ ସୂତ୍ରରେ ଜାଗା ଦିଆଯାଇଥିଲା । ତେଣୁ ଇତି ମଧ୍ୟରେ ଲିକ୍ ଅବଧୂ ସରିଯାଇଅଛି । ତେଣୁ ଭକ୍ତ କମ୍ପାନୀ ଗଢିଉଠିଥୁବା ଜାଗାଗୁଡିକ ବର୍ତମାନ ଚାଷୀମାନଙ୍କର ଅଟେ । ଏହାକୁ ନେଇ ବାରମ୍ବାର ଚାଷୀମାନଙ୍କ ପାଖକୁ ନେଟିସ୍ ଆସିବାରୁ ଚାଷୀମାନେ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରୁନାହିଁ । ଏବେ ପୁନର ନୋଟିସ୍ ଆସିବାରୁ ନାଗିଆପଶି ଗ୍ରାମର ଚାଷୀ ନିରଞ୍ଜନ ବେହେରା, ପୁରୁଷୋତମ ବେହେରା, ମାୟାଧର ପରିବା, ନନ୍ଦ କିଶୋର ପରିବା, ନରହରି ପରିଚା, ଅନନ୍ତ ପରିଡା, ବନ ପରିଡା, ନିତ୍ୟାନନ୍ଦ ପରିତା, ପ୍ରଫୁଲ୍ଲ ପରିଡା, ବାଇଧର ବେହେରା, ଧେଡିଆ ବେହେରା, ଅଧୁକାରୀ ସାମଲ, ଲଳିତା ସାମଲ, ମୂଷ ବେହେରାଙ୍କ ଉତରାଧୁକାରୀମାନେ ଗଣେଶ୍ବର ସାମଲ, କାର୍ତିକ ସାମଲ, ଶ୍ରୀଧର ସାମଲ, ହରମୋହନ ବେହେରା, ଗୋବର୍ଦ୍ଧନ ବେହେରା, ପୁରସ୍ତମ ସାହୁ, ମାୟାଧର ସାମଲ, ବିମଳ ପରିଡା, ଅଜିତ୍ ସ୍ବାଇଁ, ବିଶ୍ୱନାଥ ପରିଡା, ନୃସିଂହ ଚନ୍ଦ୍ର ବେହେରା, ପଙ୍କଳ କୁମାର ବେହେରା ରଞ୍ଜନ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *