Spread the love

(ବିରିଡି ବ୍ଲକ ତେନ୍ତୁଲିଆ ଗ୍ରାମରେ ପ୍ରସ୍ତାବିତ କରତ କଳ କୁ ଗ୍ରାମବାସୀ ଙ୍କ ବିରୋଧ

)
ଜଗତସିଂହପୁର
ତା =9/2/23
ଜଗତସିଂହପୁର ଜ଼ିଲ୍ଲା ବିରିଡି ବ୍ଲକ ବଡ଼ଖଣ୍ଡାୟତ ପଞ୍ଚାୟତ ର ତେନ୍ତୁଲିଆ ଗ୍ରାମର ଚାରିଶହ ଏକର ରୁ ଉର୍ଦ୍ଧ ଗୋଚର ଜମିକୁ ଜ଼ିଲ୍ଲା ପ୍ରଶାସନ ଇଡିକୋ ଜରିଆରେ ଦୁଇ ବର୍ଷ ହେବଗୋଚର ଜମି ଅଧିଗ୍ରହଣ କରି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଇଡିକୋ ସହାୟତା ରେ ପାଚେରୀ ନିର୍ମାଣ କରି ନଅ ରୁ ଉର୍ଦ୍ଧ କରତ କଳ ପ୍ରତିଷ୍ଠା କରିବାକୁ ଉଦ୍ୟମ କରିଛି | ଅଂଚଳବାସୀ ଏହା କୁ ବିରୋଧ କରି ପ୍ରତିବାଦ କରିଛନ୍ତି | ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ନୀତି ନିୟମ କୁ ଉଲଘଂନ କରି କରତ କଳ ପ୍ରତିଷ୍ଠା କରାଯାଉଥିବାରୁ ଏହା ଜନ ସ୍ୱାର୍ଥ ବିରୋଧୀ ବୋଲି ଜନ ସାଧାରଣ ଜ଼ିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଙ୍କ ନିକଟରେ ଅଭିଯୋଗ କରିଛନ୍ତି | ତେନ୍ତୁଲିଆ ଅଞ୍ଚଳ ରେ ଚାରି ଏକର ଗୋଚର ଜମିରେ ନଅ ରୁ ଉର୍ଦ୍ଧ କରତ କଳ ନିର୍ମାଣ କରାଗଲେ ଅଂଚଳବାସୀ ଅନେକ ଧର୍ମୀୟ ମନ୍ଦିର, ପାନୀୟ ଜଳ ପ୍ରକଳ୍ପ, ପଞ୍ଚାୟତ କାର୍ଯ୍ୟାଳୟ, ସଂସ୍ୱାନଘାଟ, ପଞ୍ଚାୟତ ପୋଖରୀ, ଅଙ୍ଗନୱାର୍ଡ ଗୃହ, ଜଳ ନିଷ୍କାସନ ଏବଂ ଯାତାୟତ ରେ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିବ |ତେଣୁ ଜ଼ିଲ୍ଲାପ୍ରଶାସନ ଜନ ସ୍ୱାର୍ଥ ବିରୋଧୀ ଶିଳ୍ପ ପ୍ରତ୍ୟାହାର କରିବାକୁ ଅଂଚଳବାସୀ ଦାବି କରିଛନ୍ତି | ନଚେତ ଅଞ୍ଚଳବାସୀଙ୍କ ପକ୍ଷରୁ ବ୍ୟାପକ ଜନ ଆନ୍ଦୋଳନ ମୁଣ୍ଡ ଟେକିବ, ସରକାର ଏଥିପାଇଁ ସମ୍ପୂର୍ଣ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *