Spread the love

ବେପରୁଆ ଢ଼ଙ୍ଗରେ ଓ ଦୃତ ଗତିରେ ଗାଡି ଚାଳନାରୁ ଦୁର୍ଘଟଣା, ଯୁବକ ମୃତ

ବେପରୁଆ ଢ଼ଙ୍ଗରେ ଓ ଦୃତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟି ଚାଲିଗଲା ଗୋଟିଏ ନିରୀହ ଜୀବନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ବେପରୁଆ ଢ଼ଙ୍ଗରେ ଓ ଦୃତ ଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟି ଚାଲିଗଲା ଗୋଟିଏ ନିସ୍ପାପ ଜୀବନ। ସୂଚନା ଅନୁଯାୟୀ ବଡ଼ବିଲ ଥାନା ଅନ୍ତର୍ଗତ କଳିଙ୍ଗନଗର ଶିବ ମନ୍ଦିର ନିକଟରେ ଏକ ହାଇୱା ଡ୍ରାଇଭର ଅତ୍ୟଧିକ ମାତ୍ରାରେ ମଦ୍ୟପାନ କରି ଦୃତ ଗତିରେ ଗାଡି ଚାଳନା କରି ଆସି ରାସ୍ତାର କଡ଼ରେ ଥିବା ଚଲା ପଥରେ ଜଣେ ଛାତ୍ର ତିଉସନ୍ ଯାଉଥିବା ବେଳେ ତା ଉପରକୁ ମାଡ଼ି ଯାଇଥିଲା, ଘଟଣା ସ୍ଥଳରେ ଉକ୍ତ ଛାତ୍ରର ମୃତ୍ୟୁ ହୋଇଥିବା ନେଇ ସୂଚନା ଓ ଉକ୍ତ ରାସ୍ତାର ଡ୍ରେନ ର କଂକ୍ରିଟ ବାଡ଼ରେ ଗାଡ଼ିଟି ଧକ୍କା ହେବାରୁ ଚାଳକ ମଧ୍ୟ ସେହିଠାରେ ଫସି ରହିଥିଲା। ଘଟଣା ସ୍ଥଳରେ ବଡ଼ବିଲ ଅଗ୍ନିଶମ ବିଭାଗ ପହଞ୍ଚି ଡ୍ରାଇଭର କୁ ଉଦ୍ଧାର କରିଥିବା ବେଳେ ବଡ଼ବିଲ ପୋଲିସ୍ ମୂର୍ତ ଛାତ୍ରର ଶବକୁ ଜବତ କରି ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଉକ୍ତ ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଚପ୍ପା ଉତ୍ତେଜନା ଦେଖାଦେଇଛି, ଉତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ରାସ୍ତାକୁ ଅବରୋଧ କରିଛନ୍ତି, ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ରନାଥ ପିଙ୍ଗୁଆ ଓ ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ ମାଜିଷ୍ଟ୍ରେଟ ବିଶ୍ୱଜିତ୍ ଦଳେଇ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା। ମୃତକ ଛାତ୍ର ଜଣକ ଯୁକ୍ତ 2 ଅଧ୍ୟୟନ କରୁଥିବା ବେଳେ ତାଙ୍କ ବାପା ବଳରାମ ନାୟକ କଳିଙ୍ଗନଗର ଛକରେ ଗୋଟେ ପାନ ଦୋକାନ କରି ନିଜର ଓ ନିଜ ପରିବାରର ପ୍ରତିପୋଷଣ କରନ୍ତି, ପୁତ୍ରର ଅକସ୍ମାତ୍ ମୃତ୍ୟୁ ରେ ତାଙ୍କ ପରିବାର ପୁରା ଭାଙ୍ଗି ପଡିଛନ୍ତି। କିନ୍ତୁ ଅଞ୍ଚଳରେ ଏହିଭଳି ମଦ୍ୟପ ଚାଳକ ଉପରେ ଆଞ୍ଚଳିକ ପ୍ରଶାସନର କୌଣସି ପ୍ରକାରର ନିୟନ୍ତ୍ରଣ ରହୁ ନଥିବାରୁ ଏହିଭଳି ଦୁର୍ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ମନେହୁଏ , ଆଞ୍ଚଳିକ ପୋଲିସ୍ ପ୍ରଶାସନ ର ଅବହେଳାରୁ ଏହିଭଳି ଦୁର୍ଘଟଣା ଘଟୁଥିବା ମନେହୁଏ କିନ୍ତୁ ବେଳ ଥାଉ ଥାଉ ଆଞ୍ଚଳିକ ପ୍ରଶାସନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଏହିଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ କଣ ପାଇଁ ଆଞ୍ଚଳିକ ପ୍ରଶାସନ ନିଦାବିଷ୍ଣୁ ସାଜିଛନ୍ତି ।ମନେହୁଏ, ଗାଡ଼ି ମାଲିକ ତାଠା ଗାଡ଼ି ମାଲିକ ସଂଘର ଅଧିନସ୍ତ୍ଵ ଗ୍ରହଣ କରିଛନ୍ତି ଆଞ୍ଚଳିକ ପ୍ରଶାସନ ଅଧିକାରୀ। ଜିଲ୍ଲା ପ୍ରଶାସନ ଅଧିକାରୀ ତୀକ୍ଷ୍ଣ ଦୃଷ୍ଟି ଦେଇ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଆଞ୍ଚଳିକ ପ୍ରଶାସନ କୁ ନିର୍ଦ୍ଦେଶ ଦେଲେ ଅଞ୍ଚଳରେ ଦୁର୍ଘଟଣା କୁ ଆୟତ୍ତ କରାଯାଇ ପାରିବ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *