Spread the love

::ଭାଗବତ ମନ୍ଦିର ପ୍ରତିଷ୍ଠା,,ବଢୁଛି ଭାଗବତ ପ୍ରେମୀ ଙ୍କ ସମାଗମ:: ବରଗଡ:୨୧/୧(ପବିତ୍ର ମେହେର) ପାଶ୍ଚାତ୍ୟ ସଂସ୍କୃତି ଅଭିମୁଖେ ଆଧୁନିକ ମଣିଷ ଅଗ୍ରସର ହୋଇ ଚାଲିଥିଲେ ସୁଦ୍ଧା ଆଜି ବି ଓଡ଼ିଆ ଭାଗବତ ପ୍ରତି ଗ୍ରାମୀଣ ଲୋକଙ୍କ ଆଦର ,ଆସ୍ଥା ଓ ବିଶ୍ୱାସ ରହିଛି ।ଏମିତି ସଂଖ୍ୟାଧିକ ଭାଗବତ ପ୍ରେମୀ ଙ୍କ ଗାଁ ହେଉଛି ଅତାବିରା ବ୍ଲକ ଅନ୍ତର୍ଗତ କୂଜା ପାଲି । ଏହି ଗ୍ରାମରେ ନବନିର୍ମିତ ହୋଇଥିବା ଏକଭାଗବତ ମନ୍ଦିର ପ୍ରତିଷ୍ଠା ଆଜକୁ ତିନି ହେଲାଣି ଆରମ୍ଭ ହୋଇଛି । ଏଥିପାଇଁ ଗତ ରବିବାର ଦିନଠୁ ପ୍ରତିଷ୍ଠା କାର୍ଯ୍ୟର ଶୁଭ ଅନୁକୁଳ କରାଯାଇ ଶୋଭାଯାତ୍ରାରେ ମଉଲା ଭାର ଆସି ଗାଁରେ ପହଞ୍ଚିଥିଲା । ସୋମବାର ସକାଳେ ଅଙ୍କୁରାରୋପଣ କରାଯାଇଥିଲା । ମୁଖ୍ୟ କର୍ତ୍ତା ହୃଷୀକେଶ ଭୋଇ ଓ ତାଙ୍କ ଧର୍ମପତ୍ନୀ ତପିଶା ଭୋଇ ଙ୍କ ସମେତ ଜଗନ୍ନାଥ ପ୍ରଧାନ, ଅର୍ଜୁନ ପ୍ରଧାନ, ବିକାଶ ସାହୁ ଓ ଭବାନୀ ପ୍ରଧାନ ଆଦି ସପତ୍ନିକ ପାଞ୍ଚ ଯୋଡ଼ି କର୍ତ୍ତା ରହିଛନ୍ତି । କର୍ତ୍ତାମାନଙ୍କ ସମେତ ଶତାଧିକ ମାନସିକଧାରୀ ମହିଳା ମାନେ ଗଡତିଆ ପାଲି ସ୍ଥିତ ଶିବ ମନ୍ଦିର ପୁଷ୍କରିଣୀ କୁ ଭବ୍ୟ ଶୋଭାଯାତ୍ରା ରେ ପହଞ୍ଚିଥିଲେ । ସେଠାରେ ମୂଖ୍ୟ ପଣ୍ଡିତ ପଦ୍ମପାଣୀ ମହାପାତ୍ର ଓ ୨୧ ଜଣ ସାଥୀ ଙ୍କ ମନ୍ତ୍ରପାଠ ଜଳ ସଂଗ୍ରହ କରି ଶୋଭାଯାତ୍ରା ଗୋଡଭଗା ଛକ ପରିକ୍ରମା କରି ଗ୍ରାମକୁ ଯାଇ ଯଜ୍ଞ ମଣ୍ଡପରେ ସ୍ଥାପନା କରିଥିଲେ । ଏଥିସହ ଶ୍ରୀମଦ୍ ଭାଗବତ ପୁସ୍ତକକୁ ବିଧି ଅନୁଯାୟୀ ପୂଜା କରାଯାଇ ସୁସଜ୍ଜିତ ବାହନରେ ପରିକ୍ରମା କରାଯାଇଥିଲା । ଘଣ୍ଟ ବାଦ୍ୟ, ମୟୂର ନାଚ, ବିଶ୍ୱ ଦୁଲଦୁଲି ବାଜା ସାମିଲ ହୋଇଥିଲା ହୁଲ ହୁଲିରେ ପ୍ରକମ୍ପିତ ହେଉଅଛି ଗାଁ ଦାଣ୍ଡ । ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ୨୧ ତାରିଖରେ ବନହର ମିକି ମହାପାତ୍ର ଓ କୁମେଲସିଂହାର ଡଲି ସିଂ ୨୨ରେ ଲିଙ୍ଗମାର୍ଣ୍ଣି ର ଲିପି ଭୋଇ ଓ ସର୍ଗିବାହାଲ ର ଶ୍ରେୟା ମେହେରଙ୍କ ମହିଳା ସଂକୀର୍ତ୍ତନ୍ୟ ଅନୁଷ୍ଠିତ ହେବ । ଉଦଯାପନୀ ଦିନ ତୋରା ଗ୍ରାମର କୃଷ୍ଣ ଗୁରୁ ଓ ବରିଷ୍ଠ କଳାକର ହୃଷିକେଶ ଭୋଇ ଓ ସାଥିଙ୍କ ଦ୍ୱାରା କଂସ ଦରବାରରେ କଳାକାର ମାନଙ୍କ ଦ୍ଵାରା ଦରବାରରେ ଅତି ଉଚ୍ଚକୋଟୀ ଅଭିନୟ ଦେଖିବାକୁ ହଜାର ହଜାର ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳୁଛି। ଚାରି ପଟେ ମିନବଜାର, ଅନ୍ନକୋଟ ବ୍ୟବସ୍ଥା ସାଙ୍ଗ କୁ ଯଜ୍ଞ ମଣ୍ଡଳୀ ରେ ଆଜି ଆବାହିତ ଦେବା ଦେବୀ ଯଥା ବିହିତ ପୂଜନ ,ମୁଖ୍ୟ ଦେବତାଙ୍କ ଷୋଡ଼ଶ ଉପଚାର ପୂଜା,ଦେବତା ମହାସ୍ନାନ,ବୈଦିକ ସୁକ୍ତ ଏବଂ ରାଧା କୃଷ୍ଣ ସହସ୍ରନାମ ଓ ରାସ ପଞ୍ଚାଧ୍ୟାୟୀ ହୋମ ହୋଇଯାଇଛି ।ପ୍ରତିଷ୍ଠା କମିଟୀର ସମସ୍ତ କର୍ମ କର୍ତ୍ତା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଥିଲା ।

Leave a Reply

Your email address will not be published. Required fields are marked *