Brown bear standing on hind paws. Large Carpathian brown bear portrait. Wild animal.
Spread the love

ଭାଲୁ ଆକ୍ରମଣରେ ଦୁଇ ଜଣଙ୍କୁ କଲା ଘାଇଲା

ପାଟଣା: ପାଟଣା ବନ୍ୟାଞ୍ଚଳ ଅନ୍ତର୍ଗତ ବେଗୁନାଖମଣ ଗ୍ରାମରେ ନିକଟସ୍ଥ ଥିବା କାଜୁ ଜଙ୍ଗଲରେ ଏକ ଭାଲୁ ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି ସୂଚନା ଅନୁଯାୟୀ ଏରେଣ୍ଡେଇ ପଞ୍ଚାୟତ ଅନ୍ତର୍ଗତ ବେଗୁନାଖମଣ ଗ୍ରାମର ଚତୁର୍ଭୁଜ ମହାନ୍ତ (୪୫) କୋଠାଘର ଗ୍ରାମର ଶଶୁର ଘରକୁ ସେ ବୁଲିବାକୁ ଆସିଥିବା ବେଳେ ସେମାନେ ପାଖରେ ଥିବା ବୈତରଣୀ ନଦୀକୁ ଗାଧେଇ ସାରି ଫେରୁଥିବା ସମୟରେ ନଦୀ କୂଳରେ ଥିବା କାଜୁ ଜଙ୍ଗଲରେ ଭିତରେ ଥିବା ଭାଲୁ ହଠାତ୍ ବାହାରି ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା ଫଳରେ ଚତୁର୍ଭୁଜ ମହାନ୍ତଙ୍କୁ ତାଙ୍କର ହାତକୁ ଗଭୀର କ୍ଷତ କରିବା ସହ ରଥୁର ମୁଣ୍ଡକୁ ରାମ୍ପୁ ଡି ପକାଇଥିଲା
ସ୍ଥାନୀୟ ଲୋକେ ହୋ ହାଲା କରିବାରୁ ଭାଲୁ ଟି ସେଠାରୁ ଛାଡି କାଜୁ ଜଙ୍ଗଲକୁ ଚାଲିଯାଇଥିଲା ସ୍ଥାନୀୟ ଲୋକେ ଓ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କରିବା ସହିତ ଦୁଇ ଜଣଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ମିଳିଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *