Spread the love

ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ଫରେଷ୍ଟ ସେକ୍ସନର ବନହରପାଲି ବିଟ୍ ଫରେଷ୍ଟ ଗାର୍ଡ ଝରଣା ସାହୁ ଓ ୱାଚମ୍ୟାନ ସଞ୍ଜୟ ବାରିକଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ଟିମ୍। ଜଣେ ବ୍ୟକ୍ତିଙ୍କୁ ଗଛ କାଟିବା ପାଇଁ ଅନୁମତି ଦେବା ଲାଗି ଫରେଷ୍ଟ ଗାର୍ଡଙ୍କ ନିର୍ଦ୍ଦେଶରେ ୱାଚମ୍ୟାନ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ସ୍ୱରୂପ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିଲେ ।

ଘଟଣାସ୍ଥଳରେ ଫରେଷ୍ଟ ଗାର୍ଡ ମଧ୍ୟ ଉପସ୍ଥିତ ଥିଲେ । ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଫରେଷ୍ଟ ଗାର୍ଡ ଝରଣା ସାହୁଙ୍କ ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି।

Leave a Reply

Your email address will not be published. Required fields are marked *