Spread the love

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଳକ ମୃତ,ଜଣେ ଗୁରୁତର

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅନ୍ତର୍ଗତ ସାନହୁଲା ପେଟ୍ରୋଲ ପମ୍ପ ସାମ୍ନାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି!ଘଟଣାସ୍ଥଳରୁ ପ୍ରକାଶ ଯେ,ବୌଦ୍ଧ ଜିଲ୍ଲାରୁ ଜଣେ ବ୍ୟକ୍ତି ତାଙ୍କ ବାଇକ ଯୋଗେ ନିଜର ନାବାଳକ ପୁତ୍ର ସହ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବରହମ ଗ୍ରାମ ଅଭିମୁଖେ ତାଙ୍କ ଶଶୁର ଘରକୁ ଆସୁଥିଲେ!ମାତ୍ର କାଳର ବିଡମ୍ବନା ଯେ ସେ ଆସୁଥିବା ସମୟରେ ତାଙ୍କ ଶଶୁର ଘରକୁ ପହଂଚିବାର ମାତ୍ର କିଛି ଦୂରରେ ତାଙ୍କୁ ଠାକୁରଗଡ଼ ଅଭିମୁଖେ ଯାଉଥିବା ଏକ ଚିପ୍ସ ବୋଝେଇ ହାଇୱା ଗାଡି ଦୃତଗତିରେ ଯାଇ ତାଙ୍କୁ ବାଡେଇ ଦେଇଥିଲା!ଘଟଣାସ୍ଥଳରେ ନାବାଳକ ପୁତ୍ରଟିର ମୃତ୍ୟୁ ଘଟିଥିବା ବେଳେ ଜନୈକ ବ୍ୟକ୍ତି ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି!ଘଟଣାସ୍ଥଳରୁ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ଓଡି-୨୭-ଡି-୩୮୦୮ ନମ୍ବର ବିଶିଷ୍ଟ ବାଇକକୁ ଉଦ୍ଧାର କରାଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଓ.ଆର.-୦୬-ଏଚ-୫୫୧୬ ନମ୍ବର ବିଶିଷ୍ଟ ହାଇୱାର ଡ୍ରାଇଭର ଗାଡିଟିକୁ ଘଟଣା ସ୍ଥଳରେ ଛାଡି ଫେରାର ହୋଇଯାଇଛନ୍ତି!ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହେଉଥିବାବେଳେ ସ୍ଥାନୀୟ ଅଂଚଳରେ ଏକପ୍ରକାର ଶୋକାକୁଳ ବାତାବରଣ ସୃଷ୍ଟି କରିଛି!ଏହି ଦୁର୍ଘଟଣା ଘଟିବାପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ପ୍ରାୟ ୨ ଘଣ୍ଟା ହେଲା ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଏବଂ ମୃତାହତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ସହିତ ବେପରୁଆ ଭାବେ ଗାଡି ଚଲାଉଥିବା ଡ୍ରାଇଭର ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି!

Leave a Reply

Your email address will not be published. Required fields are marked *