Spread the love

ସ୍ଵାମୀ ଓ ଶ୍ୱଶୁର ଚୋରି ଓ ହତ୍ୟା ଧମକ ଅଭିଯୋଗ ଆଣିଲେ ବହୁ

ଅନୁଗୋଳ ଜିଲ୍ଲା ନାଲକୋ ରେ ରହୁଥିବା ବାଲକୃଷ୍ଣ ଝା ଟାଟା ଷ୍ଟିଲ ଭଳି ଏକ ସନ୍ନମାନ ସୂଚକ କମ୍ପାନୀ ରେ ଚାକିରୀ କରନ୍ତି ସେ ମୂଳତଃ ବିହାର ବାସିନ୍ଦା , ତେଣୁ ସେ ୮ ବର୍ଷ ପୂର୍ବେ ସେହି ବିହାର ପ୍ରଦେଶ ର ଖୁସବୁ ଝା ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ , କିନ୍ତୁ ବିବାହ ର ଦେଢ଼ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକ ଥିଲା କିନ୍ତୁ ଏହା ପରେ ଯେମିତି ତାଙ୍କ ଜୀବନରେ ଅନ୍ଧକାର ର କଳା ବାଦଲ୍ ମାଡି ଆସିଥିଲା , ତାଙ୍କ ଶଶୁର ଓ ସ୍ୱାମୀ ମିଶି ନିର୍ଯାତନ ଦେବାରୁ ପ୍ରାୟ ୬ ବର୍ଷ ରୁ ଅଧିକ ସମୟ ହେବ ନିଜ ବାପା ଙ୍କ ଘରେ ରହି ଆସୁଥିଲେ କିନ୍ତୁ ଖୁସବୁ ଙ୍କ ଭାଇ ଙ୍କ ବିବାହ ପରେ ଖୁସବୁ ଆଉ ନିଜ ବାପା ଙ୍କ ଘରେ ନ ରହି ପୁଣି ସ୍ୱାମୀ ଙ୍କ ଘରକୁ ଆସି ରହିବାକୁ ଯିଦ କରିବାରୁ ନିଜ ସ୍ୱାମୀ ବାଲକୃଷ୍ଣ ଖୁସବୁ ଙ୍କୁ ଆଣି ଗୋଟିଏ ବର୍ଷ ହେବ ନାଲକୋ ଅଞ୍ଚଳ ର କହେଁଇ ନଗର ରେ ଏକ ଭଡା ଘରେ ରଖିଥିଲେ , ସେପଟେ କିନ୍ତୁ ବାଲକୃଷ୍ଣ ଝା ବିହାର ରେ ଛାଡ଼ପତ୍ର ପାଇଁ କୋଟ ଙ୍କ ଦ୍ଵାରାସ୍ତ ହେବାରୁ ଏକ ନୋଟିସ ଖୁସବୁ ଙ୍କ ନିକଟକୁ ଆସିଥିଲା ଯାହା ଫଳରେ ସେ ବିହାର ଯାଇଥିବା ସମୟରେ ବାଲକୃଷ୍ଣ ଓ ତାଙ୍କ ବାପା ଖୁସବୁ ରହୁଥିବା ଘରେ କଳାକନା ବୁଲାଇ ଦେଇଥିଲେ , ସେ ରଖିଥିବା ସୁନା , ରୁପା ଓ ଦରକାରି କାଗଜ ପତ୍ର ମଧ୍ୟ ଚୋରି କରି ନେଇ ଯାଇଥିଲେ , ସେପଟେ ଘର ମାଲିକ ମଧ୍ୟ ଅତି ନିର୍ଦୟ ଭାବରେ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି ତେଣୁ ଏବେ ଖୁସବୁ ମୁଣ୍ଡ ଗୁଞ୍ଜିବା ପାଇଁ ବାର ଦୁଆର ହେଉଛନ୍ତି , ନାଲକୋ ପୋଲିସ ବାଲକୃଷ୍ଣ ଙ୍କୁ ଚୋରି ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ଶଶୁର ଏବେ ବଜାର ରେ ଖୁଲମ ଖୁଲା ବୁଲୁଛନ୍ତି। ଖୁସବୁ ଙ୍କୁ ତାଙ୍କ ଶ୍ୱଶୁର ଜୀବନ ରୁ ମାରି ଦେବା ପାଇଁ ଧମକ ଦେବାରୁ ଆଜି ଗଣ ମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ଖୁସବୁ।

ଅନଗୁଳ ରୁ ରାଜେଶ ପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ୍ ନ୍ୟୁଜ

Leave a Reply

Your email address will not be published. Required fields are marked *