Spread the love

ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ରେ ଦୁଇ ଯୁବକ ଗିରଫ ।

 

କେନ୍ଦୁଝର ଜିଲ୍ଲା ଏକ ପ୍ରକାର ଆସାନ୍ତ ହୋଇପଡ଼ିଥିବା ମନେହୁଏ, ଦିନକୁ ଦିନ ବଢୁଥିବା ଅପରାଧ ଓ ଦୁର୍ଘଟଣା ମାନ କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ। ପୁଣି ଏକ ହତ୍ୟା ଅଭିଯୋଗ, ସୂଚନା ଅନୁଯାୟୀ ପାଟଣା ଥାନା ସାହାରପଡା ଫାଣ୍ଡି ଅନ୍ତର୍ଗତ ଆହାରପଡା ଫିଲଡ୍ ସାହି ବାଉଁଶ ମୂଳରୁ ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛଦ କରାଇଥିଲେ। ମୃତ ମହିଳାଙ୍କ ପୁଅ ସୁରେଶ ମୁଣ୍ଡା ତାଙ୍କ ମା’କୁ ଗଣ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ନେଇ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଏନେଇ ପାଟଣା ଥାନା ପକ୍ଷରୁ ୧୮୧/ ୨୩/ ମୂଳେ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଆରମ୍ଭ କରି ଘଟଣାର ସମ୍ପର୍କ ଥିବା ସନ୍ଦେହରେ ପୋଲିସ୍ ୨ ଜଣଙ୍କୁ ଅଟକ ରଖିଥିଲା ତେବେ ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ସହ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୃଷ୍ଟି ଆଧାରରେ ପୋଲିସ୍ ଅଭିଯୁକ୍ତ ଉଭୟଙ୍କର ଡାକ୍ତରୀ ମାଇନା କରାଇବା ପରେ ଦୁଷ୍କର୍ମ କରି ହତ୍ୟା କରିଥିବା ଦୁଇ ଯୁବକ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଗିରଫ ଅଭିଯୁକ୍ତମାନେ ହେଲେ ଆହାରପଡା ଫିଲଡ୍ ସାହିର ‌ଲେପା ମୁଣ୍ଡା (୪୫) ଓ ରହିବୁ ମୁଣ୍ଡା (୪୩) ବୋଲି ଜଣାପଡିଛି ଦୁଇ ଅଭିଯୁକ୍ତଙ୍କ ନାଁରେ ୩୭୬/ ଡ଼ି/ ୩୦୨/ ଦଫାରେ ଗିରଫ କରାଯାଇଥିବା ସାହାରପଡା ଫାଣ୍ଡି ଅଧିକାରୀ ଶିବଶଙ୍କର ଆଲଦା ଓ ପାଟଣା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ସୂଚନା ଦେଇଛନ୍ତି।

 

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *