Spread the love

ମହିଳାଙ୍କ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର, ମୃତ୍ୟୁ ର କାରଣ ଅସ୍ପଷ୍ଟ

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଶିମିଳି ସାହି ଠାରେ ଭଡ଼ା ରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ କୁ ବଅଁରପାଳ ପୋଲିସ ଉଦ୍ଧାର କରିଛି।ପରିବାରଙ୍କ ସୂଚନା ଅନୁଯାୟୀ ଆଜି କୁ ପ୍ରାୟ ୧୦ ମାସ ପୂର୍ବେ ଝିଅ ସୁଜାତା ବେହେରା ଙ୍କ ସହ ଆଠମଲ୍ଲିକ ଥାନା ଅଞ୍ଚଳର ଡୁଡୁମା ଗ୍ରାମର ପ୍ରଶାନ୍ତ ବେହେରା ଙ୍କୁ ବୈଦିକ ରୀତି ହିସାବରେ ବିବାହ କରିଥିଲେ। ଉଭୟଙ୍କ ପରିବାର ସ୍ଵାମୀ ସ୍ତ୍ରୀ ଅତି ଶୃଙ୍ଖଳା ର ସହ ଚାଲୁଥିଲେ। ପ୍ରାୟ ଏକ ମାସ ପୂର୍ବରୁ ପ୍ରଶାନ୍ତ ଓ ସ୍ତ୍ରୀ ସୁଜାତା ଆସି ନୂଆହତା ଶିମିଳି ସାହି ଅଞ୍ଚଳର ସଂଜୟ ସାହୁ ଙ୍କ ଘରେ ଭଡ଼ା ରେ ରହୁଥିଲେ। କିଛି ଦିନ ହେବ ପ୍ରଶାନ୍ତ ଙ୍କ ମା ଓ ସୁଜାତା ଙ୍କ ମା ଜନକ ବେହେରା ଆସି ମଧ୍ୟ ପରିବାର ସହିତ ରହୁଥିଲେ। ଆଜି ସକାଳ ପ୍ରାୟ ୮.୩୦ ମିନିଟ୍ ସମୟରେ ପ୍ରଶାନ୍ତ ନିଜ ମା ଓ ଶାଶୁ ମା ଙ୍କୁ ଗ୍ରାମକୁ ଛାଡିବା ପାଇଁ ଅନୁଗୁଳ ବସ ଷ୍ଟାଣ୍ଡ ଯାଇଥିଲେ। ପ୍ରଶାନ୍ତ ୧୦.୩୦ ମିନିଟ୍ ସମୟରେ ମା କୁ ଛାଡ଼ି ଘରକୁ ଫେରିବା ପରେ କବାଟ ଭିତର ପାଖ ବନ୍ଦ ଥିବା ଦେଖି ସୁଜାତା କୁ ଡାକିଥିଲେ। ନ ଶୁଣିବା ରୁ ସନ୍ଦେହ ହେବାରୁ ଝରକା ପାଖରେ ସୁଜାତା ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖିବାକୁ ପାଇଥିଲେ। ତୁରନ୍ତ ପ୍ରଶାନ୍ତ ମା ମାନଙ୍କୁ ଖବର ଦେଇ ଫେରି ଆସିବାକୁ କହିଥିଲେ। ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଟିଫିକ୍ ଟିମ୍ ପ୍ରାୟ ଦ୍ୱି ପ୍ରହର ୩.୧୫ ସମୟରେ ପହଞ୍ଚି ପୋଲିସ ଓ ପରିବାର ଙ୍କ ଉପସ୍ଥିତରେ ସମସ୍ତ ପ୍ରକାର ତଦନ୍ତ ଆରମ୍ଭ କରି ମୃତ ଦେହକୁ ଜବତ କରିଥିଲେ। ବଅଁରପାଳ ପୋଲିସ ପକ୍ଷରୁ ଏକ ଅପ ମୃତ ମାମାଲା ରୁଜୁ କରି ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଛନ୍ତି। ଏହି ପ୍ରକାର ଦୁଖତ୍ତ ଘଟଣା କୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ମୃତ ଦେହକୁ ନେଇ ପରିବାର ପକ୍ଷ୍ୟରୁ କୌଣସି ପ୍ରକାର୍ ହତ୍ୟା ର ଅଭିଯୋଗ ହୋଇ ନାହିଁ। ଘଟଣା ସ୍ଥଳରେ ମୃତ ଦେହ କୁ ଦେଖିଲେ ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିଲା ପୋଲିସ ପକ୍ଷରୁ ସୂଚନା ମିଳିଛି ସବୁ ଦିଗର ତଦନ୍ତ ଆରମ୍ଭ ହେବା ସହ ବ୍ୟବଚ୍ଛେଦ ର ରିପୋର୍ଟ ଆସିବ ପରେ ମୃତ୍ୟୁ ର ସତ୍ୟତା ଜଣ ପଡିବ।

Banarpal ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ ଜାଗ୍ରତ ଭାରତ୍ ନ୍ୟୁଜ

Leave a Reply

Your email address will not be published. Required fields are marked *