Spread the love

ଯୋଡାଠାରେ ବିଶ୍ଵ ସାମ୍ବାଦିକତା ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ପୌରପାଳିକା ଅନ୍ତର୍ଗତ ଯୋଡା ଟାଟାଟିସ୍କୋ ଇଷ୍ଟ ଭେଲି କ୍ଳବ୍ ଠାରେ ବିଶ୍ଵ ସାମ୍ବାଦିକତା ସ୍ଵାଧୀନତା ଦିବସ ଯୋଡା ପ୍ରେସ କ୍ଳବ୍ ପକ୍ଷରୁ ପାଳନ ହୋଇଯାଉଛି। ଏହି ପରିପ୍ରେକ୍ଷିରେ କେନ୍ଦୁଝର ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳର ସାମ୍ୱାଦିକଙ୍କ ସହ ପଡୋଶୀ ସୁନ୍ଦରଗଡ ଜିଲ୍ଲାର କୋଇଡା ଅଞ୍ଚଳର ସାମ୍ୱାଦିକ ବନ୍ଧୁଗଣ ମଧ୍ଯ ଏହି ଅବସରରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ସହମତି ପ୍ରଦାନ କରିଥିଲେ ସୁଦ୍ଧା ତାଙ୍କର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇପାରିନଥିଲେ, ପରବର୍ତ୍ତୀ ମୁହୂର୍ତ୍ତରେ ଯୋଡା ପୌରପାଳିକାର ନଗରପାଳ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ, ସମ୍ମାନିତ ଅତିଥି ରୂପେ ଯୋଡା ଟାଟା ଷ୍ଟିଲ ର ମୁଖ୍ୟ ସରୋଜ ବାନାର୍ଜୀ ଓ ଟାଟା ଷ୍ଟିଲ ଏନ ଆଇ ଏନ ଏଲ ର ମୁଖ୍ୟ ରାଜେଶ କୁମାର ଯୋଗ ଦେଇଥିବା ବେଳେ ମୂଖ୍ୟବକ୍ତା ଭାବେ ସୁଦୂର ଭୁବନେଶ୍ଵର ର ସମସ୍ତଙ୍କ ଅତି ଲୋକପ୍ରିୟ ଜଣାଶୁଣା ଡାକ୍ତର ସୁଭ କୁମାର ଦାଶ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୋଡା ପ୍ରେସ କ୍ଳବ୍ ସଭାପତି ପରିଚାଳନା କରିଥିଲେ, ଏବଂ ଆମନ୍ତ୍ରିତ ସମସ୍ତ ଅତିଥିବୃନ୍ଦ ସାମ୍ବାଦିକତା ର ସ୍ଵାଧୀନତା ଓ ସ୍ବେଛା ଚାରିତା ବିଷୟରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷିରେ ଅଞ୍ଚଳର ବହୁ ବରିଷ୍ଟ ବୁଦ୍ଧିଜୀବୀ ଓ ଅଞ୍ଚଳ ବାସିନ୍ଦା ମାନେ ଉପସ୍ଥିତ ଥିଲେ, ସଭାକାର୍ଯ୍ୟ ଶେଷରେ ଉପସ୍ଥିତ ସାମ୍ବାଦିକଙ୍କୁ ଫୁଲତୋଡ଼ା ଓ ଉତ୍ତରୀ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ଏବଂ ଯୋଡା ପ୍ରେସ କ୍ଳବ୍ ପକ୍ଷରୁ ଆମନ୍ତ୍ରିତ ସମସ୍ତ ଅତିଥିବୃନ୍ଦ ଙ୍କୁ ସମ୍ମାନିତ କରାଯାଇଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *