Spread the love

ବିଜୁଜନତା ଦଳର ଦ୍ବିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

 

ଯାଜପୁର_ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ କପିଳା ଗ୍ରାମର ପଞାୟତ ଅଫିସ ନିକଟରୁ ଆଜି ବିଂଝାରପୁର ନିର୍ବାଚନ ମଣ୍ଡଳୀର ଦ୍ବିତୀୟ ପର୍ଯ୍ୟାୟରେ ବିଜୁଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଂଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ । ଏହି ଯାତ୍ରା ମାନ୍ଧାତା ପାଟଣା ପର୍ଯ୍ୟନ୍ତ ଯାଇଥିଲା। ଏହି ପଦଯାତ୍ରା ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିବ
ଏହି ଯାତ୍ରାରେ ଦଳ ପକ୍ଷରୁ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ବିଜୁଜନତା ଦଳର ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ଖଗେଶ୍ବର ମହାନ୍ତି, ଅହଲ୍ୟା ସ୍ବାଇଁ, ସୁନୀତା ନାୟକ, ନିର୍ବାଚନୀ ମଣ୍ଡଳୀ ସଭାପତି ମୁରଲି ବେହେରା, ସରପଞ୍ଚ ଦେବଦତ୍ତ ସେଠି, ପୃର୍ବତନ ସରପଞ୍ଚ ଉମାକାନ୍ତ ମଲ୍ଲିକ, ପଞାୟତ ସଭାପତି ମନୋଜ ସାମଲ,ସମିତିସଭ୍ୟା ଆରତୀ ମଲ୍ଲିକ,ମହିଳା ସଭାପତି ସଞୁଲତା ଦାଶ, ପୂର୍ବତନ ସରପଞ ମାଧବୀଲତା ଦାଶ, ପୂର୍ବତନ ସମିତିସଭ୍ୟା ସୁମିତ୍ରା ସାମଲ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବାବାଜୀ ଚରଣ ଦାଶ, ପୂର୍ବତନ ସରପଞ ରାଧାକାନ୍ତ । ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *