Spread the love

ବେଜିଂ/ମସ୍କୋ,୨୨।୮:ରୁଷିଆର ଚନ୍ଦ୍ର ମିଶନ ଲୁନା-୨୫ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲୁନା -୨୫ର ଦୁର୍ଘଟଣା ରୁଷିଆ ଏବଂ ଚାଇନା ପାଇଁ ଏକ ଝଟକା। ରୁଷିଆ ମିଶନ ପାଇଁ ଚାଇନା ମଧ୍ୟ ଉତ୍ସାହିତ ଥିଲା। ସୋଭିଏତ୍‌ ୟୁନିଅନ ଶେଷ ହେବା ପରେ ଲୁନା-୨୫ ରୁଷିଆର ପ୍ରଥମ ମହାକାଶଯାନ ଥିଲା। ରୁଷିଆ ସହିତ ମିଶି ଚନ୍ଦ୍ର ଉପରେ ବେସ୍‌ ନିର୍ମାଣ କରିବାକୁ ଇଚ୍ଛା ରଖିଥିଲେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ।

ପ୍ରସ୍ତାବିତ ବେସ୍‌ ନିର୍ମାଣ ସହିତ ଚାଇନା ଆମେରିକା ସମେତ ଅନ୍ୟାନ୍ୟ ମହାକାଶ ଶକ୍ତିକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଥିଲା। ରୁଷିଆ ଏବଂ ଚାଇନା ସ୍ପେସ ଏଜେନ୍ସି ୨୦୨୧ରେ ଘୋଷଣା କରିଥିଲେ ଯେ, ସେମାନେ ଲୁନା-୨୫କୁ ଏକତ୍ର ନିର୍ମାଣ କରିବେ। ଚାଇନା ଗଣମାଧ୍ୟମ ଅନୁଯାୟୀ, ଚଳିତ ମାସ ଆରମ୍ଭରେ ରୁଷିଆ ଏବଂ ଚାଇନାର ପ୍ରତିନିଧିମଣ୍ଡଳ ରୁଷିଆରର ଭସ୍ତୋଚାନ କସମୋଡ୍ରୋମରେ ଏକ ବୈଠକ କରିଥିଲେ। ଚାଇନାର ମହାକାଶ ଅନୁସନ୍ଧାନ ପ୍ରକଳ୍ପର ମୁଖ୍ୟ ଡିଜାଇନର୍‌ ୱୁ ୟାନହୁଆଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମିଶନର ବିଫଳତା ପରେ ଚାଇନା ଗଣମାଧ୍ୟମ ଏହା ଉପରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛି।

ସୋର୍ସ news

Leave a Reply

Your email address will not be published. Required fields are marked *