Spread the love

ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ 100 ତମ ଜୟନ୍ତୀ ଓ ଫାଉଣ୍ଡେସନର 31ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର, ଆଜି ରବିନ୍ଦ୍ରମଣ୍ଡପ ଠାରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ଜନ୍ମ ସତବାର୍ଷିକୀ ସମାରୋହ ଓ ବାଳକୃଷ୍ଣ ଦାସ ଫାଉଣ୍ଡେସନର 31ତମ ତ୍ରିଦିବସିୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି.ଏହିଉତ୍ସବର ମୁଖ୍ୟ ଆକର୍ଷଣ ପ୍ରଥମ ସନ୍ଧ୍ୟାରେ ଥିଲା କୋଲକତାର ପଣ୍ଡିତ ଅଜୟ ଚକ୍ରବର୍ତ୍ତୀ ଓ ତାଙ୍କ ସାଥିମାନଙ୍କ ଦ୍ୱାରା ଶାସ୍ତ୍ରୀୟ ସଂଗୀତ ପରିବେଷଣ.କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଓଡିଶା ହାଇକୋର୍ଟର ମାନ୍ୟବର ବିଚାରପତି ଡ଼. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ବିଶିଷ୍ଟ ଅତିଥିଭାବେ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ସମ୍ମାନିତ ଅତିଥିଭାବେ ଥିଲେ ଶିଳ୍ପ ବିଭାଗର ଅତିରିକ୍ତ ଶାସନସଚିବ ଶୁଭେନ୍ଦୁ କୁମାର ନାୟକ, ଓଡିଶା କୋଲ ଆଣ୍ଡ ପାୱାର ନିର୍ଦେଶକ ଶାରୀପୁଟ ମିଶ୍ର, ଓ ଗ୍ରାମୀଣ ବିଦ୍ୟୁତ କରଣ ନିଗମର ଆଞ୍ଚଳିକ ନିର୍ଦେଶକ ବିଜୟ କୁମାର ମହାନ୍ତି ଯୋଗଦେଇଥିଲେ.ଦ୍ଵିତୀୟ ଦିନରେ ପୁଣ୍ୟ ଉତ୍କଳ ଫାଉଣ୍ଡେସନର ଅଧକ୍ଷ ମନୋରଞ୍ଜନ ମହାପାତ୍ର, ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ ଓ ମାନ୍ୟବର ବିଧାୟକ ପ୍ରଫୁଲ ସାମଲ ଯୋଗ ଦେଇ ଉତ୍ସବରେ ସଭା ମଣ୍ଡନ କରିଥିଲେ.ଏହି ଅବସରରେ ସଂଗୀତ କ୍ଷେତ୍ରରେ ଜୀବନ ବ୍ୟାପି ସାଧନା ପାଇଁ ଡ଼. ପ୍ରଣବ କିଶୋର ପଟ୍ଟନାୟକଙ୍କୁ ସଂଗୀତ ସୁଧାକର ବାଳକୃଷ୍ଣ ଦାସ ସ୍ମାରକୀ ସମ୍ମାନ 2023 ପ୍ରଦାନ କରାଯାଇଛି.ଏହା ସହ ଯୁବ ପ୍ରତିଭା ସନ୍ଧ୍ୟା ରାଣୀ ରାଉତଙ୍କୁ ସଂଗୀତ ସୁଧାକର ସ୍ମୃତି ବୃତ୍ତି ପ୍ରଦାନ କରାଯାଇଛି. ଫାଉଣ୍ଡେସନ ର ସଭାପତି କ୍ଷୀରୋଦ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ଓ ଗୁରୁ ରାମହରି ଦାସ ମଞ୍ଚ ପରିଚାଳନା କରିଥିଲେ.
ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *