Spread the love

ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଢେଙ୍କାନାଳରେ ଗତ ନଭେମ୍ବର ୧୮ ତାରିଖରୁ ଚାଲିଥିବା ନୂଆ -ଓ ସାଂସ୍କୃତିକ ଏବଂ ସାମାଜିକ ସେବା କାର୍ଯ୍ୟକ୍ରମ ତା ୨୯/୧୨/୨୦୨୩ ରିଖ ରେ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସମ୍ମାନିତ ଅତିଥି ଭାବେ ଯଶ୍ବଶ୍ରୀ ଓଡିଶି ନୃତ୍ୟ ଗୁରୁ ଶ୍ରୀଯୁକ୍ତ ଗୌରୀଶଙ୍କର ଦାସ ଓ ଅତିଥି ଭାବେ ଦେଉଳ ସାହିର ମାନନୀୟ କାଉନସିଲର ଶ୍ରୀଯୁକ୍ତ ସନ୍ଦୀପ ସଡଙ୍ଗୀ ଯୋଗଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ମୁଖ୍ୟ ଅତିଥି ମାନ୍ୟବର ସାଂସଦ ମହେଶ ସାହୁ ନୂଆ -ଓ ସାଂସ୍କୃତିକ ଏବଂ ସାମାଜିକ ସେବା କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏଥିସହ ନୂଆ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କିପରି ଯୁବଗୋଷ୍ଠୀଙ୍କ ସର୍ବାଙ୍ଗୀନ ଉର୍ଣ୍ଣତି ନିମନ୍ତେ ଉପଯୋଗୀ ହୋଇପାରିଛି ଏହି ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସମ୍ମାନୀତ ଅତିଥି ଗୌରିଶଙ୍କର ଦାସ ଛାତ୍ରୀମାନଙ୍କୁ ତାଙ୍କର ପ୍ରେରଣା ଦାୟି ଶବ୍ଦ ଦ୍ବାରା ଉତ୍ସାହିତ କରିଥିଲେ। ଏହି ଉଦଯାପନୀ ଉତ୍ସବ ରେ ଅତିଥି ଭାବେ ଯୋଗଦେଇ ସନ୍ଦୀପ ସଡଙ୍ଗୀ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବ ରେ ଅଧକ୍ଷ ଡ଼ଃ ରାମଚନ୍ଦ୍ର ମଲ୍ଲ ଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା।ଏହା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ନୂଆ -ଓ କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଅଧ୍ୟାପିକା ଲିନା ଗନ୍ତାୟତ, ଅଧ୍ୟାପିକା ସାଗରିକା ପଣ୍ଡା ଅଧ୍ୟାପିକା ପ୍ରଜ୍ଞାପରମିତା ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *