Spread the love

ସାଂସଦ ଖେଳ ମହୋତ୍ସବ: ସଫଳ କ୍ରୀଡାବିତଙ୍କୁ ପୁରସ୍କୃତ କଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗ ଦର୍ଶନରେ ଗ୍ରାମାଞ୍ଚଳର ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା ସାଂସଦ ଖେଳ ମହୋତ୍ସବ। ଏହି କ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବା ଏହି ଖେଳ ମହୋତ୍ସବ ଉଦଯାପିତ ହୋଇଛି। ସମ୍ବଲପୁରରେ ସାଂସଦ ଖେଳ ମହୋତ୍ସବର ସମାପନ ଉତ୍ସବରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ସେ କହିଛନ୍ତି ଯେ ଖେଳ ସମସ୍ତଙ୍କ ଜୀବନରେ ଅଛି। ଜିତିବା ରେ ହିଁ ଶିଖିବା ଥାଏ। ଏହି ଅବସରରେ ସେ ସଫଳ କ୍ରୀଡାବିତଙ୍କୁ ପୁରସ୍କୃତ କରିଛନ୍ତି।

Leave a Reply

Your email address will not be published. Required fields are marked *