Spread the love

ସୀଜୁମାଳି ଖଣି ଖନନ ପାଇଁ ସ୍ବାଗତ କଲେ କାଶୀପୁର ଅଞ୍ଚଳବାସୀ

କାଶୀପୁର

ରାୟଗଡ଼ା ଜିଲ୍ଲାରେ ବର୍ତ୍ତମାନ ବେଦାନ୍ତ ଦ୍ୱାରା ହେବାକୁ ଥିବା ସିଯୁ ମାଳି ଠାରେ ଖଣି ଖନନ କୁ ସ୍ବାଗତ କରିବା ସହ ପୂର୍ଣ୍ଣ ସମର୍ଥନ କରିଛନ୍ତି କାଶୀପୁର ଓ ପଡୋଶୀ କଳାହାଣ୍ଡି ଜିଲ୍ଳାର ରାମପୁର ବ୍ଲକର ଖଣି ଖନନ ଅଞ୍ଚଳର ପ୍ରଭାବିତ ଅଞ୍ଚଳବାସି । ସୂଚନା ମୁତାବକ ଆଜି କାଶୀପୁର ବ୍ଲକ ସଦର ଠାରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ବିଭିନ୍ନ ଖଣି ଖନନ ପାଇଁ ସହଯୋଗ କରିବା ନେଇ ଓ ସମର୍ଥନରେ ବିଭିନ୍ନ ପ୍ରକାର ସ୍ଲୋଗାନ ପ୍ଲାକାର୍ଡ ଧରି ଆଜି ଏକ ପଦଯାତ୍ରାରେ ଯାଇ କାଶୀପୁର ଥାନାଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ଅତିରିକ୍ତ ତହସିଲଦାର କୁଶ ଗରଡ଼ାଙ୍କୁ ଲିଖିତ ଭାବେ ଏକ ସମର୍ଥନ ପତ୍ର ଦେଇଥିଲେ ଯାହାକି ଖଣି ଅଞ୍ଚଳରେ ପ୍ରଭାବିତ ହେଉଥିବା କାଶୀପୁର ଓ ରାମପୁର ବ୍ଲକର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀମାନେ ଏହି ଖଣି ଖନନକୁ ସମର୍ଥନ କରିଥିଲେ ଯାହାଫଳରେ କାଶୀପୁର ଅଞ୍ଚଳରେ ସୀଜୁ ମାଳି ଠାରେ ଖଣି ଖନନ ପ୍ରକ୍ରିୟା ଅତି ସହଜ ହୋଇଯାଇଥିବା ଜଣାପଡ଼ିଛି । ଏହି ଖଣି ଖନନକୁ କାଶୀପୁର ବ୍ଲକର ବାସ କରୁଥିବା ପ୍ରାୟ ଅଧିକାଂଶ ଲୋକ ଏହି ଖଣି ଖନନ ହେଲେ ଉଭୟ କାଶୀପୁର ଓ ରାମପୁର ବ୍ଲକର ସାମାଜିକ , ଅର୍ଥନୈତିକ ସ୍ଥିତିର ଉନ୍ନତି ହେବ ସହ ଅଞ୍ଚଳରେ ଥିବା ମୌଳିକ ସମସ୍ୟା ଗୁଡ଼ିକର ସମାଧାନ ହୋଇପାରିବ ବୋଲି କିଛି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି । କିଛି ବାହ୍ୟ ଲୋକଙ୍କ ପ୍ରରୋଚନାରେ ଆମ ଅଞ୍ଚଳର କିଛି ସ୍ୱାର୍ଥ ବାଦି ଲୋକ ନିଜର ସ୍ବାର୍ଥ ପୂରଣ ପାଇଁ ଲୋକଙ୍କୁ ବିଭିନ୍ନ ମିଛ କଥା କହି ଏହି ଖଣି ଖନନ କୁ ବିରୋଧ କରିବା ପାଇଁ ପ୍ରବର୍ତ୍ତାଉ ଥିବା ବେଳେ ଆଜି ଏହି ଲୋକଙ୍କ ଜନ ସମାଗମ ଏହି କିଛି ହାତଗଣତି କମ୍ପାନୀ ବିରୋଧି ତଥା ସ୍ୱାର୍ଥ ବାଦି ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ବୋଲି ସାଧାରଣରେ ଆଲୋଚନା ଚାଲିଛି ଯାହାକି ଆଗାମୀ ଦିନରେ ସର୍ବଦା ଅଞ୍ଚଳର ଉନ୍ନତି ସାଧନାରେ ସର୍ବଦା ଠିଆ ହୋଇରହିବେ ବୋଲି ଅଞ୍ଚଳବାସୀ କହିଛନ୍ତି ।

 

Kashipur ରୁ ମନୋଜ କୁମାର ମିଶ୍ର ଙ୍କ ରିପୋର୍ଟ JBN news

Leave a Reply

Your email address will not be published. Required fields are marked *