Spread the love

ସ୍ୱାସ୍ଥ୍ୟର ଯତ୍ନ ଓ ଆଧ୍ୟାତ୍ମିକ ଚିନ୍ତନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭବାନୀପାଟଣା (ଜାଗ୍ରତ ଭାରତ)୨୬/୦୪: ଆଜିର ଜଞ୍ଜାଳମୟ ଜୀବନରେ ମାନସିକ ଶାନ୍ତି ଟିକକ ପାଇଁ ସମସ୍ତେ ବ୍ୟଗ୍ର। ବସ୍ତୁବାଦୀ ଦୁନିଆଁରେ ଏସବୁ ମିଳିବା ଅସମ୍ଭବ। ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗାସନ ଓ ପ୍ରାଣାୟାମ ଏବଂ ମାନସିକ ଶାନ୍ତି ପାଇଁ ଆଧ୍ୟାତ୍ମିକ ଚିନ୍ତନ ସନାତନ ସଂସ୍କୃତିର ମାନବ ସଭ୍ୟତାକୁ ଏକ ଅମୂଲ୍ୟ ଦାନ। ଏହି ଆପ୍ତ ବାକ୍ୟକୁ କାର୍ଯ୍ୟରେ ପରିଣତ କରିବା ପାଇଁ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରବିବାର ସକାଳ ୬ ଟାରେ “ସ୍ୱାସ୍ଥ୍ୟର ଯତ୍ନ ଓ ଆଧ୍ୟାତ୍ମିକ ଚିନ୍ତନ” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ଉପସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀ ଙ୍କ ନେତୃତ୍ୱରେ ଆୟୋଜିତ ଏକ ଅଭିନବ ଯୋଗ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଗୁରୁ ଅଶୋକ କୁମାର ମୁଣ୍ଡ ଯୋଗଦେଇ ପ୍ରାଣାୟାମ ଓ ଯୋଗ ତାଲିମ ଦେଇଥିଲେ। ଅଧଘଣ୍ଟା ଯୋଗାସନ ପରେ ଆଧ୍ୟାତ୍ମିକ ଚିନ୍ତନ କ୍ରମରେ ଗୀତା ଉପରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ରବିବାର ସକାଳ ଛଅ ଟାରୁ ସାତଟା ଗୋଟିଏ ଘଣ୍ଟା ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଏହି କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରାଯିବ ବୋଲି ଜିଲ୍ଲା ଉପ ସଭାପତି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜ, ପର୍ଶୁରାମ ସେନା ଓ ପ୍ରଜ୍ଞା ବାହିନୀର ୩୦ ଜଣ ସଦସ୍ୟ ସଦସ୍ୟା ଯୋଗଦେଇ ପ୍ରାଣାୟାମ ଓ ଯୋଗାସନ ତାଲିମ ନେଇଥିଲେ।

Leave a Reply

Your email address will not be published. Required fields are marked *