
ଅନୁଗୋଳ ଜିଲ୍ଲାରୁ୦୯ ଜଣ କରୋନା ପଜିଟିଭ ଚିହ୍ନଟ
ସୁସ୍ଥ ହେଲେ ୧୭ ଜଣ ଆକ୍ରାନ୍ତ
(ଜେ. ବି. ଏନ୍ /ସୁଶିଲ କୁମାର) ୨୨/୦୧ /୨୦୨୧ ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାରେ ୦୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ଆଜି ( ସ୍ଵାବ ନମୁନା ଦେଇଥିବା ବ୍ୟକ୍ତ ) କେହି ଆକ୍ରାନ୍ତ ଚିହ୍ନଟ ହୋଇ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩୩ ରେ ରହିଛି । ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୪ଜଣ ( ୧ଜଣ ପୁରୁଷ ଓ ୩ଜଣ ମହିଳା ) , ବଅଁରପାଳ ବ୍ଳକ ଅଞ୍ଚଳରୁ ୩ଜଣ ( ୨ଜଣ ପୁରୁଷ ଓ ୧ଜଣ ମହିଳା ) ଓ ଅନୁଗୋଳ ପୌରାଞ୍ଚଳରୁ ୧ଜଣ ( ୧ ଜଣ ମହିଳା ) ଓ ତାଳଚେର ବ୍ଲକ ୧ଜଣ ( ୧ ଜଣ ପୁରୁଷ ) ଅଛନ୍ତି ।

ଆଜି ପାଳଲହଡା ବ୍ଳକ , ଅନୁଗୋଳ ବ୍ଳକ , କିଶୋରନଗର ବ୍ଳକ , ତାଳଚେର ପୌରାଞ୍ଚଳ , ଆଠମଲ୍ଲିକ ବ୍ଲକ , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ଓ କଣିହାଁ ବ୍ଲକ ପ୍ରଭୃତି ୭ଟି ଅଞ୍ଚଳରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୭ଜଣ ଯାକ ହୋମ ଆଇସୋଲେସନ୍ ରେ ଥିବାର ଜଣାପଡିଛି ।



