ବ୍ରହ୍ମପୁରରେ ଚକ୍କାଯାମ୍ ପ୍ରଭାବ ପରିଲକ୍ଷିତ

ଜେ ବି ଏନ, ୦୬/୦୨/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : କିଷାନ ମୋର୍ଚ୍ଚା ଓ ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତିର ଡ଼ାକରାରେ ଦେଶବ୍ୟାପୀ ଚକାଜାମ ଡାକରା ଦିଆଯାଇଥିବା ବେଳେ ବ୍ରହ୍ମପୁର ଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି l AIKSCC ପକ୍ଷରୁ ଲାଞ୍ଜିପଲିି ନିକଟସ୍ଥ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ଏହା ଫଳରେ
ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ 3ଘଣ୍ଟା ଧରି ବହୁ ସଂଖ୍ୟା ରେ ଗାଡି ଗୁଡ଼ିକ ଅଟକି ରହିଥିଲା। ଏହି ଚକା ଜାମ ଆନ୍ଦୋଳନ ର ବସନ୍ତ ନନ୍ଦ,ଅବନି ଗୟା,ପ୍ରମୁଖ କୃଷକ ନେତା ନେତୃତ୍ବ ନେଇଥିଲେ ।

