Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ନକ୍ସଲ ଜାଳିଦେଲେ ୫ଟି ଗାଡ଼ି

 

ଜେ ବି ଏନ, ୧୧/୦୪/୨୦୨୧, ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା । ବିଜାପୁର ଜିଲ୍ଲାର ନେମେଡ ଥାନା ଅଂଚଳରେ ଥିବା ଵାଟେର ଫିଲଟର ପ୍ଲାଣ୍ଟରେ ନିୟୋଜିତ ଥିବା ୫ଟି ଗାଡି ନକ୍ସଲ ମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଏସପି କମଳଲୋଚନ କଶ୍ୟପ ପ୍ରକାଶ କରିଛନ୍ତି। ବିଜାପୁର ଜିଲ୍ଲାରେ ନକ୍ସଲ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି l  ତେବେ ନକ୍ସଲ ଦମନ ନେଇ ଛତିଶଗଡ ପୁଲିସ ତରଫରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡିଛି।