ଡେ଼ଙ୍ଗୁ ଓ ମ୍ୟାଲେରିଆ ନିରାକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ।
କେନ୍ଦୁଝର ଜିଲ୍ଲା ଏବଂ ଏହାର ପଡୋଶୀ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ସମ୍ପଦ ଓ ବଣ ଜଙ୍ଗଲ ଭରା ଓ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଦେଖାଯାଏ କି ଏହି ଜିଲ୍ଲା ରେ ସଚେତନତା ଅଭାବରୁ ଲୋକେ ଅନେକ ସମୟରେ ଡେ଼ଙ୍ଗୁ ଓ ମେଲେରିଆ ଜ୍ବରର ଶିକାର ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଆର୍ସେଲର ମିତ୍ତଲ କମ୍ପାନୀ ପକ୍ଷରୁ କେନ୍ଦୁଝର ଜିଲ୍ଲା ସଂଲଗ୍ନ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ସାଗାସାଇ ଗ୍ରାମରେ ଡେ଼ଙ୍ଗୁ ଓ ମେଲେରିଆ ଜ୍ବରର ନିରାକରଣ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କରଯାଇଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



