ମଣିପୁରରେ ଥମୁନି ହିଂସା, ୨ଟି ଘରେ ନିଆଁ ଲଗାଇଲେ ଉପଦ୍ରବକାରୀ
ଇମ୍ଫାଲ,୨।୮: ଜାତିଆଣ ହିଂସାରେ ଏବେ ବି ଜଳୁଛି ମଣିପୁର। ରାଜ୍ୟ ସରକାରଙ୍କ କର୍ଫ୍ୟୁ କୋହଳ ପରେ ମଧ୍ୟ ପୁଣି ଅଣାୟତ୍ତ ହୋଇପଡିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା। ବୁଧବାର ପୂର୍ବାହ୍ନରେ ଇମ୍ଫାଲର ପଶ୍ଚିମ ଜଲାର ଦୁଇଟି ଘରେ ଊପଦ୍ରବକାରୀମାନେ ନିଆଁ ଲଗାଇ ଦେଇଛନ୍ତି।…
