Spread the love

JSW କମ୍ପାନୀ ବିରୋଧର ମେଳି ବାନ୍ଧିଲେଣି ଟ୍ରକ୍ ମାଲିକ ସଙ୍ଘ

କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅର୍ନ୍ତଗତ ତଥା ଯୋଡା ପୌରପାଳିକା ସ୍ଥିତ ଏକ ହୋଟେଲ ସଭା ଗୃହରେ JSW କମ୍ପାନୀ ଓ ଜିନ୍ଦଲ କମ୍ପାନୀ ମାନଙ୍କର ମନମୁଖୀ କାର୍ଯ୍ୟ କୁ ପ୍ରତିବାଦ କରି ଟ୍ରକ୍ ମାଲିକ କୋର କମିଟି ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଗୁରୁବାର ଅପରାହ୍ନ ପ୍ରାୟ ୫ଟା ବେଳେ ଏହି ବୈଠକରେ ସୁନ୍ଦରଗଡ ଜିଲ୍ଲା କୋଇଡ଼ା,କେନ୍ଦୁଝର,ଗୁଆଲି,ଯୋଡା,ବଡ଼ବିଲଭାଦ୍ରାସହି,ଆଞ୍ଚଳିକ ଟ୍ରକ୍ ମାଲିକ ସଙ୍ଘର ଟ୍ରକ୍ ମାଲିକ ଅଂଶ ଗ୍ରହଣ କରି ଏକ ବୃହତ୍ jsw ଖଣି କମ୍ପାନୀ ବିରୋଧରେ ଆଲୋଚନା କରିଥିଲେ ।ଯୋଡା ଟ୍ରକ୍ ମାଲିକ ସଙ୍ଘ ର ସମ୍ପାଦକ ସୁଶାନ୍ତ କୁମାର ବାରିକ ,କେନ୍ଦୁଝର ସଂଘର ଦେବୁ ପଟ୍ଟନାୟକ ଓ ରମା ନାୟକ ପ୍ରମୁଖ ଅଭିଯୋଗ ରେ କହିଥିଲେ ଯେ,ପ୍ରତିଦିନ ପାଇପ ଲାଇନ ଜରିଆରେ ୪୦ହଜାର ମେଟ୍ରିକ୍ ଟନ୍ ଖଣିଜ ପରିବହନ କର। ଯାଉଛି ।ରେଳ ଦ୍ଵାରା ପ୍ରତିଦିନ ବିଭିନ୍ନ ରେଳ ସାଇଡିଙ୍ଗ ରୁ ଲକ୍ଷାଧିକ ଟନ୍ ଖଣିଜ ପରିବହନ ହେଉଛି ।ଅଞ୍ଚଳରେ ଥିବା ପ୍ରାୟ ୨୦ହଜାର ରୁ ଉର୍ଦ୍ଧ୍ବ ଟ୍ରକ୍ ମାଲିକ ଉପରେ ଏହାର ପ୍ରଭାବ ପଡୁଛି ।ତେଣେ ଏକ ବୃହତ୍ jsw କମ୍ପାନୀ କୋଇଡା ଓ ଯୋଡା ଖଣି ମଣ୍ଡଳ ର ପ୍ରାୟ ୩ଟି ବଡ଼ ଖଣି ରେ ଏକ ଛତ୍ରବାଦ କରୁଥିବା ଅଭିଯୋଗ ଟ୍ରକ୍ ମାଲିକ ମାନଙ୍କ ଦ୍ଵାରା ସଭାରେ ଆଗତ ହୋଇଥିଲା ।ସମ୍ପାଦକ ବାରିକ ତାଙ୍କ ଅଭିଯୋଗ ରେ କହିଥିଲେ ଯେ,ଅର୍ଦ୍ଧ ରାତ୍ରରେ ମୋବାଇଲ ଜରିଆରେ ଅଚାନକ ପରିବହନ ମୂଲ୍ୟ ହ୍ରାସ ର ସୂଚନା ଦେଇ ପରିବହନ ବନ୍ଦ କରି ଦେଉଛି ।ମୁଣ୍ଡପତି ଏହି ଭଳି ଏକଛତ୍ରବାଦ ନିଷ୍ପତି କୁ ଋଣ ଗ୍ରସ୍ତ ଟ୍ରକ୍ ମାଲିକ ମାନେ ସହୁଛନ୍ତି ।ତେଣେ ବିଭିନ୍ନ ଅଞ୍ଚଳରେ କିଛି ଖଣି କମ୍ପାନୀ ମାନେ ଅଞ୍ଚଳ ଅଞ୍ଚଳ ମଧ୍ୟରେ ପରୋକ୍ଷ ବିବାଦ କରାଇ ଅଞ୍ଚଳ କୁ ଅଶାନ୍ତ କରୁଛନ୍ତି । ଯେହେତୁ ପାଇପ ଲାଇନ ଜରିଆରେ ଓ ରେଳ ଜରିଆରେ ସର୍ବାଧିକ ଖଣିଜ ପରିବହନ ହେଉ ଥିବାରୁ ଟ୍ରକ୍ ଯୋଗେ ପରିବହନ କମୁଛି ।ଯାହାଦ୍ଵାରା ଟ୍ରକ୍ ମାଲିକ ମାନେ ଆର୍ଥିକ ସଙ୍କଟ ର ସମ୍ମୁଖୀନ ହେଉଛନ୍ତି । ଏନେଇ ଟ୍ରକ୍ ମାଲିକ ସମୂହ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏଯାବତ୍ କୌଣସି ନୀତି ଗତ ନିଷ୍ପତି ନିଆ ଯାଇ ନାହିଁ ।ଏହାର ସମାଧାନ ନ ହେଲେ ଜୀବନ ଜୀବିକା ପ୍ରଭାବିତ ହେବା ସହିତ ଆଞ୍ଚଳିକ ବିବାଦ ମୁଣ୍ଡ ଟେକି ଆଇନ ଶୃଙ୍ଖଳ। ପରିସ୍ଥିତି ସୃଷ୍ଟି ହେବ ।ଏହି ସାଧାରଣ ସଭାରେ ଟ୍ରକ୍ ମାଲିକ କୋର କମିଟି ର ବିକାଶ ସୌରଗି , ଇନ୍ଦ୍ରଜିତ ବାରିକ, ସୈଲେନ୍ଦ୍ର ଜୋର।,ଶରତ ମହାକୁଡ,ବିଜୁ ଆପଟ,ପ୍ରମୁଖ ଉପସ୍ଥିତ ଥିଲେ ।ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାର୍ ଅଞ୍ଚଳ ର ଟ୍ରକ୍ ମାଲିକ ମାନେ ଉପସ୍ଥିତ ଥିଲେ ।ଗାଡ଼ି ବ୍ୟବସାୟ କୁ ବଞ୍ଚାଇ ବାକୁ ହେଲେ ଜିଲ୍ଲା ରେ ବିଛାଯାଉଥିବା ପାଇପ ଲାଇନ୍ କୁ ବିରୋଧ କରା ଯିବ ବୋଲି ସଭାରେ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆ ଯାଇଥିଲା ।ଆଗାମୀ ଦିନରେ ଏକ ଆନ୍ଦୋଳନ କରା ଯିବାର ମଧ୍ୟ ନିଷ୍ପତି ନିଆ ଯାଇଥିବା ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।

Leave a Reply

Your email address will not be published. Required fields are marked *