Spread the love

(ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭିନ୍ନକ୍ଷମକୁ ଟ୍ରାଇ ସାଇକେଲ ପ୍ରଦାନ)
ଜଗତସିଂହପୁର
ତା =19/5/23

ଜଗତସିଂହପୁର ବ୍ଲକ ସ୍ଥିତ ପଳାଶୋଳ ଗ୍ରାମ ପଞ୍ଚାୟତ ପଳସୁଧା ଗ୍ରାମର ଗରିବ ଅସହାୟ ଭିନ୍ନକ୍ଷମ ଶଙ୍କର କାଣ୍ଡି ଦୁଇବର୍ଷ ତଳେ ଏକ ଦୃଘଟଣା ରେ ବାମ ଗୋଡ଼ ଟି ସମ୍ପୂର୍ଣ ହରାଇଥିଲା | ପଳାଶୋଳ ୟୁଥ ହେଲ୍ପିଗି ବଏ ଚାରିଟେବୁଲ ଟ୍ରଷ୍ଟ ସଭାପତି ଅକ୍ଷୟ କୁମାର ମହାନ୍ତି ଙ୍କ ବ୍ୟକ୍ତିଗତ ଉଦ୍ୟମ କ୍ରମେ ଶଙ୍କର କାଣ୍ଡି ଙ୍କୁ ବିଭିନ୍ନ ସ୍ଥାନକୁ ଯାତାୟତ ନିମନ୍ତେ ଆଶା ବାଡ଼ି ପ୍ରଦାନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶଙ୍କର କାଣ୍ଡି ଙ୍କୁ ଭିନ୍ନକ୍ଷମ ଶିବିରକୁ ନିଆଯାଇ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଭିନ୍ନକ୍ଷମ ସାଟିଫିକେଟ ବାହାର କରାଯାଇ ଶଙ୍କର କାଣ୍ଡି ଙ୍କୁ ଟ୍ରାଏ ସାଇକେଲ ପ୍ରଦାନ କରାଯିବା ନିମନ୍ତେ ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ ସଭାପତି ତଥା ସମାଜସେବୀ ଅକ୍ଷୟ କୁମାର ମହାନ୍ତି ବିଡ଼ିଓ ଙ୍କୁ ବାରମ୍ବାର ନିବେଦନ କରିଥିଲେ |ବିଡ଼ିଓ ସମସ୍ତ ଘଟଣା ଅନୁଧ୍ୟାନ କରି ଭିନ୍ନକ୍ଷମ ଶଙ୍କର କାଣ୍ଡି ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ | ଏହି ଉପଲକ୍ଷେ ପଳାଶୋଳ ୟୁଥ ହେଲପିଙ୍ଗ ବଏ ଚାରିଟେବୁଲ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ସଭାପତି ବିଶିଷ୍ଟ ସମାଜସେବୀ ଅକ୍ଷୟ କୁମାର ମହାନ୍ତି |ସମ୍ପାଦକ ସ୍ମୃତିରଞ୍ଜନ ବେହେରା ଏବଂ ସମିତି ସଭ୍ଯ ପ୍ରଦୁନ କୁମାର ମଲ୍ଲିକ | ନାୟବ ସରପଞ୍ଚ ରାଜକିଶୋର ଦାସ | ସୁରଜ କୁମାର ବେହେରା | ଜାମିନି କାନ୍ତ ନନ୍ଦ | ରୁତୁରାଜ ମହାନ୍ତି ସମିତି ସମସ୍ତ ୱାର୍ଡ଼ ମେମ୍ବର ଉପସ୍ଥିତ ରହି ଭିନ୍ନକ୍ଷମ ଶଙ୍କର କାଣ୍ଡି ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିବା ସହିତ ପୁଷ୍ପଗୁଛ, ଉତ୍ତରୀୟ, ଦେଇ ସମ୍ବର୍ଦ୍ଧିତ କରିଥିଲେ |ଟ୍ରଷ୍ଟ ର ଏହି ଜନହିତକର ସାମାଜିକ କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ଖୁବ ପ୍ରଶଂସା କରିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *