Spread the love

ଭୁବନେଶ୍ଵର : ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଶ୍ରମିକଙ୍କୁ ଭେଟି ଦେଇଛନ୍ତି ମୋହନ ସରକାର । ଶ୍ରମିକଙ୍କ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ହୋଇଛି । ଶ୍ରମିକ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦ୍ଵାରା ଘୋଷଣା ଅନୁସାରେ ଅଣକୁଶଳୀ ଶ୍ରମିକମାନେ ଦୈନିକ ମଜୁରୀ ୪୭୨ ଟଙ୍କା ପାଇବେ। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୨୨ ଟଙ୍କା ଏବଂ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୫୭୨ ଟଙ୍କାକୁ ବୃଦ୍ଧି କରାଯାଇଛି।


ସେହିପରି ଅତିକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୬୨୨ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପ୍ରିଲ ପହିଲାରୁ ବର୍ଦ୍ଧିତ ମଜୁରୀ ଲାଗୁ ହୋଇଛି ।

Leave a Reply

Your email address will not be published. Required fields are marked *