Spread the love

(ସିଦ୍ଧଳ ଉଚ୍ଚ ବିଦ୍ୟାଳୟ ର 1992ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ )
ଜଗତସିଂହପୁର
ତା =15/6/23
ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ସିଦ୍ଧଳ ଉଚ୍ଚ ବିଦ୍ୟାଳୟ ର 1992ମସିହା ମାଟ୍ରିକ ବ୍ୟାଚ ପକ୍ଷରୁ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ବନ୍ଧୁ ମିଳନ ଉଛବ ଅନୁଷ୍ଠିତ ହୋଇଯାଇଛି | ଏହି ଉଛବ ରେ 1992ମସିହା ମାଟ୍ରିକ ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀ ଙ୍କ ସେମାନଙ୍କ ସପରିବାର ସଦସ୍ୟ ଯୋଗଦେଇ ପରସ୍ପର ମଧ୍ୟ୍ୟ ରେ ସୁସମ୍ପର୍କ,ବନ୍ଧୁତ୍ୱ, ସଦଭାବ ବଜାୟ ରଖିବା ପାଇଁ ପବିତ୍ର ରଜ ସଂକ୍ରାନ୍ତି ରେ ସଂକଳ୍ପ ନେଇଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ଡାକ୍ତର ପ୍ରସନ୍ନ କୁମାର ସେଠୀ, ଅରୁଣ କୁମାର ମହାପାତ୍ର,ତାପସ କୁମାର ବଳ, ଶରତ ଚନ୍ଦ୍ର ପଣ୍ଡା,କରୁଣା କର ଦାଶ, ସାମ୍ବାଦିକ ଉତ୍କଳ ରଞ୍ଜନ ମହାନ୍ତି, ଜ୍ୟୋତି ରଞ୍ଜନ ପରିଡା, ପ୍ରତିଭା ମଞ୍ଜରୀ ବାରିକ, ଦମୟନ୍ତୀ ମହାପାତ୍ର, ଅପରାଜିତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *