Spread the love

ସମାଜସେବୀ ରଶ୍ମିରଞ୍ଜନ ନାୟକ ସମ୍ମାନିତ

ବିଷୟ ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ହଳଦୀଡିହ ପଞ୍ଚାୟତର ଫଳପୁର ବାସିନ୍ଦା , ପରୋପକାରୀ, ଦୟାବାନ୍ ନ୍ୟାୟପରାୟଣ ସତ୍ୟବାଦୀ ସତ୍ୟପ୍ରତିଜ୍ଞ ସତ୍ୟକାମୀ ଏବଂ ଲୋକମାନଙ୍କର କାନ୍ଦରେ କାନ୍ଦ ମିଶେଇ ସେମାନଙ୍କର ଦୁଃଖରେ ଦୁଃଖି ଭଳି ଠିଆ ହେଉଥିବା ଜଣେ ପରୋପକାରୀ ସାଧାରଣ ମଣିଷ ହେଉଛନ୍ତି ରଶ୍ମିରଞ୍ଜନ ନାୟକ। ବନ୍ୟା ବିପର୍ଯ୍ୟୟ ପ୍ରଶମନ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୱବ ପୋର୍ଟାଲ ଜାଗ୍ରତ ଭାରତ ନ୍ୟୁଜ ଓ ଜେବିଏନ ଟିଭି ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି। ଅନୁଗୋଳ ଠାରେ ଜାଗ୍ରତ ଭାରତ ନ୍ୟୁଜର ପଞ୍ଚମ ବାର୍ଷିକ ଉତ୍ସବ ରେ ସେ ଅନୁପସ୍ଥିତ ଥିବାରୁ ତାଙ୍କୁ ହଳଦୀଡିହ ପଞ୍ଚାୟତରେ ବିଂଝାରପୁର ଫାୟାର ବିଭାଗର
ଜଗମୋହନ ସିଂହ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଅନୁପମା ନାୟକ, ଶିକ୍ଷାବିତ ପ୍ରଶାନ୍ତ କୁମାର ନାୟକ, ସମିତି ସଭ୍ୟ କ୍ଷିରୋଦ ଚଂଦ୍ର ମଲ୍ଲିକ,ପିଓ ଵିନୋଦ କୁମାର ନାୟକ,କୁଳମଣି ଗୁରୁ, ଚନ୍ଦ୍ର ଶେଖର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ସେ ସମ୍ମାନିତ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଛା ବାର୍ତ୍ତା ଆସୁଛି।

Leave a Reply

Your email address will not be published. Required fields are marked *